February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସମାଜସେବି ରୁ ଆଇନଜୀବୀ ଦୁର୍ଗାପ୍ରସାଦ ନାଏକଙ୍କ ଓକିଲ ସଂଘରେ ଯୋଗଦାନ

ମୋ ଟିଭି ଓଡିଶା / କଳାହାଣ୍ଡି : ୧୬/୭/୨୦୨୪


ବିଶିଷ୍ଟ ସମାଜ ସେବି ଦୁର୍ଗାପ୍ରସାଦ ନାଏକ ୨୦୦୦ ମସିହା ରେ ଓକିଲାତି ପାସ କରିଥିବାବେଳେ ସଂପ୍ରତି ୨୦୨୪ ମସିହାରେ ଷ୍ଟେଟ ବାର କାଉନସିଲ ରୁ ଓକିଲାତି ଲାଇସେନ୍ସ ପ୍ରାପ୍ତ ହୋଇ ଆଜି ଜୁନାଗଡ଼ ଓକିଲ ସଂଘ ରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ଓକିଲ ସଂଘ ତରଫରୁ ସଭାପତି କୈଳାସ ଚନ୍ଦ୍ର ଚୌଧୁରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରାଯାଇ ଥିଲା ।

ଏହି ଅବସରରେ ବରିଷ୍ଟ ଓକିଲ ଶ୍ରୀ ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ପ୍ରମୁଖ ଉଦବୋଧନ ଦେଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ନାଏକ ମଧ୍ୟ ନିଜ ଅଭିଭାଷଣ ରେ ସମସ୍ତ ଙ୍କୁ ଆଭାର ପ୍ରକଟ ସହ ସଂଘ ର ନିୟମ ମାନି ଚଳିବି ବୋଲି କହିଥିଲେ । ଏହି ଅବସରରେ ଓକିଲ ସଂଘ ର ବାଳକୃଷ୍ଣ ଅଚାରୀ, ରମେଶ ନାଏକ, ବିଶ୍ୱନାଥ କର, ଦିଗାମ୍ବର ନାଏକ, ଧନେଶ୍ୱର ନାଏକ, ଅନନ୍ତ ବେହେରା, ଚିନ୍ମୟ ମେହେର, ନରେନ୍ଦ୍ର କ୍ଷିତୀ, ମିଳାପ ଜୈନ, କାମାକ୍ଷ ବାଗ, ସୁଦିପ ପୁଝlରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ନୀଳକଣ୍ଠ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।