MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜରାଜୀର୍ଣ୍ଣ ଅବସ୍ଥାରେ ବୁଡ଼ାଗୁଡ଼ା ପଞ୍ଚାୟତର କିଛି ବଜାର ଗୃହ ବ୍ୟବସାୟ କରିବାକୁ ମିଳୁନି ବଜାର ଗୃହ ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)

ବଜାର କମିଟି ଗୃହରେ ରହୁଛନ୍ତି ବ୍ୟବସାୟୀଙ୍କ ପରିବାର, କାମରେ ଆସୁନି ଗୋଷ୍ଠୀ ଶୌଚାଳୟ କେନ୍ଦ୍ର ।
ରାଜ୍ୟ ସରକାର ପଞ୍ଚାୟତର ଉର୍ଣ୍ଣତି ପାଇଁ ପଞ୍ଚାୟତ ମାନଙ୍କରେ ପଞ୍ଚାୟତ ଗୃହ ନିର୍ମାଣ କରି ବ୍ୟବସାୟୀ ମାନଙ୍କୁ ସୁଦୃଢ କରିବା ପାଇଁ ସେମାନଙ୍କୁ ପଞ୍ଚାୟତ ତରଫରୁ ସରପଞ୍ଚ ଙ୍କ ନିର୍ଦେଶରେ ବ୍ୟବସାୟୀ ମାନଙ୍କୁ ଚି଼ହ୍ନଟ କରି ବ୍ୟବସାୟୀ ମାନଙ୍କୁ ପଞ୍ଚାୟତ ବ୍ୟବସାୟ ଗୃହ ପ୍ରଦାନ କରାଯାଇଥାଏ l

ହେଲେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କ ମନମୁଖୀ କାର୍ଯ୍ୟ କଳାପ ପାଇଁ ଆଜି ବୁଡ଼ାଗୁଡ଼ା ପଞ୍ଚାୟତର କିଛି ବଜାର ଗୃହ ଆଜି ଜରାଜୀର୍ଣ୍ଣ ଅଵସ୍ଥାରେ ପଡିରହିଛି, ବୁଡ଼ାଗୁଡ଼ା ଅଞ୍ଚଳର ସ୍ଥାନୀୟ ବ୍ୟବସାୟୀଙ୍କୁ ବଜାର ଗୃହ ପଦାନ ନକରି ବାଲିଗୁଡା ର ଏକ ଠିକା ଦାରଙ୍କୁ ବଜାର ଗୃହ ପ୍ରଧାନ କରିଥିବାରୁ ସେହି ଗୃହ ଖୋଲା ନଯାଇ ଗୃହରେ ଏବେ ଗଛ ଲତା ମାଡିଯାଇଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ ପଞ୍ଚାୟତ ଜାଗାରେ କିଛି ଲୋକ ମନଇଚ୍ଛା ପଥର,ଇଟା ,ବାଲି ଗଦାଇଥିବା ଜଣା ପଡ଼ିଛି ,ତାହାସହ ପଞ୍ଚାୟତ ଜାଗାରେ ମୂଳୁଦୁଆ ଖୋଳି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି ସରପଞ୍ଚ ବାବୁ ସବୁ ଜାଣି କିଛି ଜାଣିନଥିବା କହୁଥିବା ବେଳେ ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିବାରୁ ସେ ଏସମ୍ପର୍କ ରେ କିଛି ଜାଣିନଥିବା କହିବାସହିତ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡ଼ିଓ। ତେବେ ସରପଞ୍ଚ ଏବଂ ବିଡ଼ିଓଙ୍କ ମଧ୍ୟରେ ତାଳ ମେଳ ନଥିବା ଜଣାପଡିଛି ।

ଏହାର ତଦନ୍ତ ପାଇଁ ବ୍ୟବସାୟୀ ,ବିଦ୍ୟାଧର ରାଉତ,ସୌଭାଗ୍ୟ କୁମାର ସୁବୁଦ୍ଧି, କହିବା ସହିତ ପଞ୍ଚାୟତ ଘରେ କିପରି ରହୁଛନ୍ତି ବ୍ୟବସାୟୀଙ୍କ ପରିବାର କେତେ ଟଙ୍କା ଦେଉଛନ୍ତି ଘରଭଡା ତାହା ଏବେ ଚର୍ଚ୍ଚାରେ ସରପଞ୍ଚ ଘର ଭଡା ବାବଦକୁ ଅଲଗା କିଛି ଅର୍ଥ ନେଉନାହାନ୍ତିତ ? ଏଠି ପଞ୍ଚାୟତ ତରଫରୁ ଦିଆଯାଇଥିବା ବଜାର ଗୃହର ଭଡା ରହିଛି ମାସିକ ୫୦୦ (ପାଞ୍ଚ ଶହ ଟଙ୍କା ) ହେଲେ ଏତେ ବଡ ପଞ୍ଚାୟତ ଘରକୁ କେତେ ଟଙ୍କାର ଲାଗିଛି ଘର ଭଡ଼ା ତାହାର ଉତ୍ତର ସରପଞ୍ଚ ବାବୁଙ୍କ ପାଖରେ ନାହିଁ ।

ନିର୍ମାଣ ହୋଇଥିବା ଗୋଷ୍ଟି ଶୌଚାଳୟ ଆରମ୍ଭରୁ କାଯ୍ୟକ୍ଷମ ହେଉନଥିବା ବେଳେ ଲୋକେ ଶୌଚାଳୟ ଚାରି ପାଖରେ ପରିଶ୍ରା କରିବା ସହିତ ମଳତ୍ୟାଗ କରୁଥିବା ଦେଖିବାକୁ ମିଳୁଛି । ଯାହାର ତଦନ୍ତ ଆବଶ୍ୟକ ବୋଲି ଗ୍ରାମର କିଛି ବୁଦ୍ଧିଜୀବୀ ମତ ସାବ୍ୟସ୍ଥ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।