MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୂଅରେ ପଡି ପୁତୁରା ଓ ଦାଦାଙ୍କ ମୃତ୍ୟୁ।

ମୋ ଟିଭି ଓଡିଶା / ଜଟଣୀ :

ଜଟଣୀ ଥାନା ଅଧିନ ଗୋରା ଧର୍ମ ସାଗର ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରାଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ମୁତାବକ ଜଟଣୀ ଗୋରା ଧର୍ମସାଗର ଅଞ୍ଚଳର ନିଖିଳ ନାୟକ ୧୮ ବର୍ଷ କୌଣସି ଏକ ଘଟଣାକୁ ନେଇ ଘର ନିକଟରେ ଥିବା ଏକ ପରିତକ୍ତ କୂଅକୁ ଡେଇଁ ପଡ଼ିଥିଲେ।

ଏହି ଖବର ଶୁଣି ପୁତୁରାକୁ ଉଦ୍ଧାର କରିବାକୁ ଦାଦା ଦୁଲାରାମ ନାୟକ କୂଅ ଭିତରକୁ ଡେଇଁ ପଡ଼ିଥିଲେ । କିନ୍ତୁ ଉଭୟ ଦାଦା ଓ ପୁତୁରା କେହି କୂଅ ଭିତରୁ ବାହାରି ପାରି ନଥିଲେ । ସ୍ଥାନୀୟ ଲୋକମାନେ ବହୁ ଚେଷ୍ଟା କଲେ ମଧ୍ୟ କାହାରିକୁ କୂଅ ଭିତରୁ ବାହାରକୁ କାଢ଼ିପାରିନଥିଲେ। ପରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ଉଭୟଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଦାଦା ପୁତୁରାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।