MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମଦ୍ୟପ ପୁଅର ଉନ୍ମୁକ୍ତ କାଣ୍ଡ, ମାଛ ତରକାରୀ ନ କରିବାରୁ ତଣ୍ଟି ଚିପି ମା କୁ କଲା ହତ୍ୟା।

ମୋ ଟିଭି ଓଡିଶା / ସୋର : ୧୭/୦୭/୨୦୨୪

ମା କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ l ପୁଅ କୁ ଅଟକ ରଖିଛି ପୋଲିସ l ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଂଚାୟତ ତାଳପଦା ଗ୍ରାମ ର ବାଶନ୍ତି ମହାନ୍ତି ଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ ପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି ମା ସ୍ତ୍ରୀ ପିଲା ମାନଙ୍କୁ ମାରଧର କରନ୍ତି l ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମା ବାଶନ୍ତି ଙ୍କୁ ଖାଇବା ପାଇଁ ମାଗିଥିଲେ l ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ l ମାଛ କେଉଁଠି ଆଣିବି ଟଙ୍କା ନାହିଁ ବୋଲି ମା କହିବାରି ଏଥିରେ ପୁଅ ରାଗିଯାଇ ମା କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା l

ଏହା ଦେଖି ଅରୁଣ ଙ୍କ ସ୍ତ୍ରୀ କବିତା ଆସି ଛଡେଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ l ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୋଲିସ ପୁଅ ଅରୁଣ ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।