February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର ରେ ବିଜେପି ର ରାଜେନ୍ଦ୍ର ଦାସ ଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରି ରାଜ ରାସ୍ତା ରେ ସୋର ବିଜେପି।

ସୋର ରେ ବିଜେପି ର ପ୍ରାର୍ଥୀ ରାଜେନ୍ଦ୍ର ଦାସ ଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରି ରାଜ ରାସ୍ତା ରେ ସୋର ବିଜେପି। ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ଧରି କଂଗ୍ରେସ ର ଗଡ଼ ହୋଇଥିବା ବେଳେ 2004 ଓ 2009 ରେ ସୋର ରେ ବିଜେପି ର ପ୍ରାର୍ଥୀ କଂଗ୍ରେସ କୁ କଡା ଟକ୍କର ଦେଇଥିଲେ। ବିଜେପି ରୁ 2004 ରେ ବୀରେନ୍ଦ୍ର ବିଶ୍ୱାଳ କଂଗ୍ରେସ ର ତତ୍କାଳୀନ ବିଧାୟକ କଂଗ୍ରେସ ର ଭେଟେରାନ ନେତା କାର୍ତ୍ତିକ ମହାପାତ୍ର ଙ୍କ ସହ ପ୍ରତିଦ୍ବନ୍ଦିତା କରି ମାତ୍ର 874 ଖଣ୍ଡ ବ୍ୟବଧାନ ରେ ପରାସ୍ତ ହୋଇଥିଲେ। ସେହିପରି 2009 ରେ ପର୍ଶୁରାମ ଧଡ଼ା କଂଗ୍ରେସ ର ପ୍ରାଥୀ ସୁରେନ୍ଦ୍ର ପ୍ରମାଣିକ ଙ୍କ ସହ ପ୍ରତିଦ୍ବନ୍ଦିତା କରି ମାତ୍ର 375 ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିଲେ। 2014 ବିଜେପି ରୁ ରାକେଶ ମଲିକ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନ ଅଧିକାର କରିଥିଲେ ପରେ 2019 ରେ ରାକେଶ 4574 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ ହୋଇଥିଲେ। ତେବେ ସୋର ରୁ ସେ ପୁନର୍ବାର ବିଜେପି ର ଆଶାଇ ପ୍ରାଥୀ ଥିବା ବେଳେ ପୂର୍ବତନ ପୋଲିସ ଅଧିକାରୀ ରବୀନ୍ଦ୍ର ଜେନା ମଧ୍ୟ ଆଶାଇ ପ୍ରାର୍ଥୀ ଥିଲେ. ମାତ୍ର ଦଳ ସୋର ନିର୍ବାଚନ ମଣ୍ଡଳୀ ରେ ସୋର ଅଞ୍ଚଳ ର ଲୋକଙ୍କୁ ପ୍ରାର୍ଥୀ କରାନଯାଇ ଧାମନଗର ର ବିଜେଡି ର ପୂର୍ବତନ ବିଧାୟକ ତଥା ଧାମନଗର ଉପନିର୍ବାଚନ ରେ ବିଜେଡିର ବିଦ୍ରୋହୀ ପ୍ରାଥୀ ହୋଇଥିବା ରାଜେନ୍ଦ୍ର ଦାସ ଙ୍କୁ ଧାମନଗର ରୁ ଆଣି ସୋର ରେ ପାର୍ଥି କରାଯିବାକୁ ସୋର ବିଜେପି ତରଫରୁ ସୋର ବିଜେପି କାର୍ଯ୍ୟାଳୟ ଠାରେ ତୀବ୍ର ବିରୋଧ କରାଯିବା ସହ ନିନ୍ଦା କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।