ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା,
କିଶୋରୀ ନାବାଳିକାକୁ ବୟସ ହୋଇନଥିଲେ ବାଲ୍ୟ ବିଭାହ କରନ୍ତୁନି ଓ ଶିଶୁକୁ ସୁରକ୍ଷା ରଖନ୍ତୁ ।
ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଭିନ୍ନ ଦୁର୍ଗମ ପଞ୍ଚାୟତରେ ଏବେବି ଚାଲିଛି ବାଲ୍ୟବିବାହ ଯାହାରି ଫଳରେ କିଶୋରୀ ବାଳିକାଙ୍କ ଅସାନବତା କିମ୍ବା ବାପ ମାଙ୍କ ଖ୍ୟାମଖାଲି ମନୋଭାବ ପାଇଁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ,ହେଲେ କିପରି ସମସ୍ତେ ସଚେତେନ ହୋଇପାରିବେ ସେଥିପାଇଁ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ନାୟକ ସରପଞ୍ଚ ପୂଜା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ କାଯ୍ୟନିର୍ବାହୀ ଅଧିକାରୀ ଘନଶ୍ୟାମ ବେହେରା ଚାନ୍ଦିନୀ ନାୟକ ଦାଇତ୍ୱରେ ଥିବା ଅଙ୍ଗନବାଡି, ଆଶାକର୍ମୀ, ସୋୟଂ ସହାୟିକା ଗୋଷ୍ଟି, ୱ।ଡ଼ ମେମ୍ବର୍ ପ୍ରମୁଖ ଦାୟିତ୍ୱ ନେବା ସହିତ ଆଗାମୀ ଦିନରେ ବାଲ୍ୟ ବିଭାହ ସଂପୂଣ୍ଣ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, କାର୍ଯ୍ୟ ନିର୍ବାହି ଅଧିକାରୀ ଘନଶ୍ୟାମ ବେହେରା,ବନବିଭାଗ କର୍ମଚାରୀ ସୁଶୀଲ ପ୍ରଧାନ,ଏମ ବିକେ ସୁନିତା ପାତ୍ର, ସି ସିଆର୍ପି ତୃତ୍ପିଲତା ପ୍ରଧାନ ସମେତ ପଞ୍ଚାୟତ ର ସମସ୍ତ ଅଙ୍ଗନବାଡ଼ି ଓ ଆଶା କର୍ମୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକା ମାନଙ୍କ ବାଲ୍ୟ ବିବାହ ରୋକିବା ଏବଂ ସେମାନଙ୍କ ମାସିକ ଧର୍ମ ରେ କିଭଳି ଯତ୍ନଶୀଳ ହୋଇପାରିବେ ସେଥିପାଇଁ ପରାମର୍ଶ ଦେବାସହ ସମାଜ ଓ ପରିବାର ର ପିତାମାତା ମାନଙ୍କ କଣ ସବୁ ଦାଇତ୍ୱ ରହିଛି ସେ ସମ୍ପର୍କରେ ଅବଗତ କରାଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।