MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ’

ମୋ ଟିଭି ଓଡିଶା / ପୁରୀ :

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରତିକ୍ରିୟା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ । ଏନେଇ ଗଠିତ ହେବ ସ୍ବତନ୍ତ୍ର କମିଟି । ସମସ୍ତ ଷ୍ଟେକ୍ ହୋଲ୍ଡର୍ ଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ରେଗୁଲେଟ କରାଯାଇପାରିବ ପଦକ୍ଷେପ ନିଆଯିବ । ପଣ୍ଡା ଦ୍ଵାର ଖୋଲିବା , ଜଗମୋହନ ତଳୁ ଅବରୋଧ ହଟିବା , ଆନନ୍ଦ ବଜାର ପଟୁ ବାଇଶି ପାହାଚ କୁ ପ୍ରସ୍ଥାନ ଗେଟ୍ ଖୋଲିବା ଉପରେ ହୋଇପାରେ ଆଲୋଚନା । ସେପଟେ ପୁରୀ ଏସପି ମଧ୍ୟ ଏ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଚାରି ଦିନ ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି ।

ଏନେଇ ବ୍ୟାପକ ପୋଲିସ ମୁତୟନ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଆହୁରି ଶୃଙ୍ଖଳିତ ହେବାକୁ କିଛିଦିନ ସମୟ ଲାଗିବ । ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ଧର୍ଯ୍ୟ ଓ ସଂଜମତା ରକ୍ଷା କରିବାକୁ ପଡ଼ିବ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।