ଖୋର୍ଦ୍ଧା : ୧୭/୦୪: ଶ୍ରୀରାମନବମୀ ପାଇଁ ଉତ୍ସଵ ମୁଖର ନିରାକାରପୁର ଠାରେ ପ୍ରତିଷ୍ଠିତ ଶ୍ରୀରାମ ମନ୍ଦିର। ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ସକାଳୁ ଶ୍ରୀରାମ ମନ୍ଦିର ରେ ରୀତିନୀତି ଅନୁଯାୟୀ ପୂଜା ପାଠ ଆରମ୍ଭ ହୋଇଛି,ବିଧି ପାଳନ ଅନୁଯାୟୀ ଶ୍ରୀରାମଙ୍କ ପାଖରେ ସ୍ଵତନ୍ତ୍ର ରୀତିନୀତି ମନ୍ତ୍ରପାଠ ଦ୍ଵାରା ଜନ୍ମ ଉତ୍ସଵ, ହୋମ,ଅନ୍ୟାନ୍ୟ ପୂଜାନୀତି ଅନୁଯାୟୀ କରାଯାଇଛି।

ଏଥିପାଇଁ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ଶ୍ରୀରାମ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି, ଶ୍ରୀରାମନବମୀ ଉତ୍ସବ ପାଳନ ପାଇଁ ଆଜି ଠାକୁର ଙ୍କୁ ବେଶ ସୁସଜିତ କରାଯାଇଛି ବିଶେଷ କରି ଆଜି ଶ୍ରୀରାମନବମୀ ପାଇଁ ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ବିଭିନ୍ନ ସ୍ଥାନରୁ ଶହ ଶହ ଭକ୍ତଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଛି।ମନ୍ଦିର ପରିସରରେ ଭଜନ କିର୍ତ୍ତନ ଓ ନାମ ସଂକିର୍ତ୍ତନରେ ଫାଟି ପଡୁଛି।ମନ୍ଦିର ପରିସର ହୋଇଛି ରାମମୟ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।