ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ। ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର ଆଜି ହେବ ସୁନା ବେଶ। ସକାଳ ଧୂପ ପରେ ହେବ ଏହି ବେଶ । ମହଣମହଣ ସୁନା ଅଳଙ୍କାରରେ ବିଭୁଷିତ ହେବେ ମହାପ୍ରଭୁ । ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରିବେ। ଶଙ୍ଖଚକ୍ର ପରିଧାନ କରିବେ ଶ୍ରୀଜଗନ୍ନାଥ । ତାଙ୍କ ପାଦରେ ଶ୍ରୀ ପୟର, ହାତରେ ଶ୍ରୀଭୁଜ ଓ ଅନ୍ୟ ବହୁ ପ୍ରକାର ସୁନା ଅଳଙ୍କାର ପରିଧାନ କରିବେ। ଗତକାଲିଠୁ ଜଳ ଅଧିବାସ ସରିଥିବା ବେଳେ ଆଜି ସେହି ଜଳରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ଧୂପ ପରେ ମହାପ୍ରଭୁ ସୁନା ବେଶ ହେବେ। ରାତିରେ ବଡ଼ ସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ । ଏହି ବେଶରେ ଅନେକ ପ୍ରକାର ପୂଷ୍ପରେ ବିଭୁଷିତ ହେବେ ମହାପ୍ରଭୁ ।
ମୋ ଟିଭି ଓଡିଶା, ପୁରୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।