January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖରିଫ ଧାନ କ୍ରୟ କୁ ନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଙ୍କ ଦୃଢୋକ୍ତି

ଖରିଫ ଧାନ କ୍ରୟ କୁ ନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଙ୍କ ଦୃଢୋକ୍ତି, ବନ୍ଦ ହେବ କଟନୀ ଛଟନି।

କଳାହାଣ୍ଡି:୧୦/୧୧
ଖବରଦାତା—ସନତ ପ୍ରଧାନୀ


ରାଜ୍ୟରେ ଖରିଫ ଧାନ ସଂଗ୍ରହ ଉପରେ କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ହୋଟେଲ ରାଜ ଠାରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କେଶରୀ ଦୁର୍ଗା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶପଥପାଠ ନେବା ର ୨୪ ଘଣ୍ଟା ନପୁରୁଣୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦେବା ପାଇଁ ନିଷ୍ପତ୍ତି ଏକ ଐତିହାସିକ ପଦକ୍ଷେପ ବେଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କ ଭାଷଣରେ କହିଥିଲେ। ମୋହନ ଚରଣ ମାଝି ସରକାର ପିଏମ୍ କିଷାନ ଯୋଜନାରେ ୬ ଲକ୍ଷ ଚାଷୀ ଙ୍କୁ ସାମିଲ କରିବା, ୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଅଣଜଳସେଚିତ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଲସେଚିତ କରିବା ନିଷ୍ପତି ନେବା ଓ ଚାଷୀ ପରିବାର ପୁଅ ଝିଅ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ରାଜ୍ୟରେ ରେ ଏକମାତ୍ର ମୋହନ ଚରଣ ମାଝି ସରକାର ର ଏକ ଦୃଷ୍ଟାନ୍ତ ମୂଲକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ଶ୍ରୀ ସୁଧୀର କୁମାର ପାଟଯୋଷୀ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ଆଗାମୀ ଖରିଫ ଧାନ କିଣା କାରବାରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ କଟନି ଛଟନି ବନ୍ଦ କରାଯିବ ବୋଲି ତାଙ୍କର ଭାଷଣରେ କହିଥିଲେ। ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ଓ ମନୋଜ କୁମାର ସାହୁ, ଜିଲ୍ଳା ପ୍ରଭାରୀ ଶ୍ରୀ ରତିଲାଲ ପ୍ରଧାନ, ଯଶୋବନ୍ତ ପଣ୍ଡା, ବିଭୂତି ଭୂଷଣ ପାଣିଗ୍ରାହୀ, ହିମାଂଶୁ ଶେଖର ପଣ୍ଡା, ଅପରେଶ ସ୍ୱାଇଁ, ଅଶୋକ କୁମାର ପଣ୍ଡା, ଶ୍ରୀମତୀ କୃନ୍ତି ପାଲ ପ୍ରମୁଖ ଙ୍କ ସମେତ ୩ ଶହରୁ ଊର୍ଦ୍ଧ୍ବ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।