MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭିଏଲ୍ଇ ୟୁନିୟନର ରାଜ୍ୟସ୍ତରୀୟ ଅଧିବେଶନ ଅନୁଷ୍ଠିତ ।

ଓଡ଼ିଶାର ପୁରୀ ଖୋର୍ଦ୍ଧା ଗଞ୍ଜାମ ନୟାଗଡ଼, କଟକ, ରାୟଗଡ଼ା, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ସୋନପୁର, ଭଦ୍ରକ ଇତ୍ୟାଦି ୧୧ ଜିଲ୍ଲା ଅନ୍ତର୍ଗତ ୭୭ ଟି ବ୍ଲକର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ଗ୍ରାମ୍ୟସ୍ତରୀୟ ଉଦ୍ୟୋଗୀ ତଥା ଭିଏଲଇ ବନ୍ଧୁମାନଙ୍କ ସକ୍ରିୟ ଉପସ୍ଥିତିରେ ଭିଏଲଇ ୟୁନିୟନ ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସାଧାରଣ ଅଧିବେଶନ ମହାମିଳନ ଆୟୋଜିତ ହୋଇଯାଇଛି ।

ଅନୁଷ୍ଠାନର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବସାଧାରଣଙ୍କୁ ନିରନ୍ତର ଡିଜିଟାଲ ସେବା ଯୋଗାଇ ଆସୁଥିବା ଭିଏଲଇ ଭାଇ ଭଉଣୀ ମାନଙ୍କ ଜୀବନ ଜୀବିକା ତଥା ଆତ୍ମ ସମ୍ମାନର ସୁରକ୍ଷା ସହିତ ବିଭିନ୍ନ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏହି ରାଜ୍ୟ ସାଧାରଣ ଅଧିବେଶନରେ ବିସ୍ତୃତ ଭାବରେ ସାମୁହିକ ଆଲୋଚନା କରାଯାଇ ଏକ ମହାଦସ୍ତାବିଜ ପ୍ରସ୍ତୁତି ହୋଇଥିଲା । ଆଗାମୀ ତିନିମାସ ଭିତରେ “ମିତ ଖୋଜା ଅଭିଯାନ” ମାଧ୍ୟମରେ ଭିଏଲଇ ୟୁନିୟନ ଓଡ଼ିଶାର ସାଂଗଠାନିକ କଳେବର ରାଜ୍ୟବ୍ୟାପୀ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲା ସଂଗଠନ ଓ ବ୍ଲକ ସଂଗଠନକୁ ମଜବୁତ କରିବା ନିମନ୍ତେ ଏହି ସାଧାରଣ ଅଧିବେଶନରେ ସ୍ଥିର କରାଯାଇଥିଲା । ପ୍ରତ୍ୟେକ ଜିଲ୍ଲାର ପରିଚାଳନା କମିଟି ସହଯୋଗରେ ସମୟାନୁକ୍ରମେ ବିଭିନ୍ନ ପ୍ରକାରର ଜନ ସମ୍ପର୍କ ଅଭିଯାନ ଯଥା ୧- ମିତ ପାଇଁ ରକ୍ତଦାନ ଅଭିଯାନ,୨- ମିତ ପାଇଁ ଗଛଟିଏ ଅଭିଯାନ,୩- ମିତପାଇଁ ଦେବାରେ ଆନନ୍ଦ ଅଭିଯାନ,୪- ମିତପାଇଁ ପ୍ରଶିକ୍ଷଣ ଅଭିଯାନ ଏହି ଚାରୋଟି କାର୍ଯ୍ୟକ୍ରମକୁ ଚଳିତ ବର୍ଷ ୨୦୨୫/୨୦୨୬ ରେ ଗ୍ରାମ ଠୁ ସହର ସବୁଆଡେ ସଫଳ ଆୟୋଜନ କରିବା ପାଇଁ ସାମୁହିକ ସଂକ‌ଳ୍ପ ପାରିତ ହୋଇଥିଲା ।

ସଂଗଠନର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ସୁକାନ୍ତ ଦାସ, ଶ୍ରୀଯୁକ୍ତ ଗୌରୀଶଙ୍କର ମିଶ୍ର ଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁଙ୍କ ସୁପରାମର୍ଶ କ୍ରମେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସଞ୍ଚାଳନ ସମିତିର ଉପ – ସଭାପତି ଶ୍ରୀଯୁକ୍ତ କୃପାସିନ୍ଧୁ ପଟ୍ଟନାୟକ, ଶ୍ରୀଯୁକ୍ତ ଅରୁଣ କୁମାର ସିଂହ, ସହ – ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର, ଶ୍ରୀଯୁକ୍ତ ନାରାୟଣ ଛୋଟରାୟ, ଶ୍ରୀଯୁକ୍ତ ରାମଚନ୍ଦ୍ର ଯୁଝାରସିଂହ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଧର କୁମାର ମାର୍ଥା ଓ ମହିଳାମଞ୍ଚ ପଦାଧୁକାରୀ ଶ୍ରୀମତୀ କଲ୍ୟାଣୀ ନାୟକ,ସମ୍ମିମା ବେଗମ, ଶ୍ରୀମତୀ ସାଧନା ନାୟକ ଇତ୍ୟାଦି ଆଗାମୀ ତିନିମାସ ମଧ୍ଯରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ବିଭିନ୍ନ ଜିଲ୍ଲା ଓ ବ୍ଳକ ଗ୍ରସ୍ତକରିବା ସହିତ ସ୍ଥାନୀୟ ନେତୃତ୍ବମାନଙ୍କ ସହଯୋଗରେ ଭିଏଲଇ ୟୁନିୟନ ଓଡ଼ିଶାର ରାଜ୍ୟ ସଂଗଠନକୁ ଶସକ୍ତ ଓ ବ୍ୟାପକ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଛି ।

ଏହି ମିଳନ ଉତ୍ସବରେ IPPB ଭୁବନେଶ୍ୱର ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଭୁବନେଶ୍ବର ଶାଖା ପରିଚାଳକ ଶ୍ରୀଯୁକ୍ତ ସାର୍ଥକ ମିଶ୍ର, ଶ୍ରୀ ସୂର୍ଯ୍ୟକାନ୍ତ ସ୍ବାଇଁ, ମୋ ସେବା ର ବିକାଶ କୁମାର ନାୟକଓ ଷ୍ଟେଟ ବ୍ୟାଙ୍କ ଇନ୍‌ସୁରକ୍ସ ସଂସ୍ଥା ତଥା ଅନ୍ୟାନ୍ୟ ବିଭିନ୍ନ ସଂସ୍ଥାର ରାଜ୍ୟ ଓ ଜିଲା ପଦାକାରୀ ମାନେ ଅତିଥିଭାବେ ସକ୍ରିୟ ଯୋଗଦାନ କରି ଆଗାମୀ ଦିନରେ digital ସେବା ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଶିବିରର ଆୟୋଜନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିବା ସହିତ ଆମ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ସମ୍ବାଦପତ୍ର, ଦୂରଦର୍ଶନ ଓ ଡିଜିଟାଲ ମିଡ଼ିଆ ର ବନ୍ଧୁମାନେ ସକ୍ରିୟ ଅଂଶଗ୍ରହଣ କରି ଆମ କଥା ଓ କାମକୁ ଲୋକାଭିମୁଖୀ କରିବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବା ନିମନ୍ତେ କ‌ଥାଦେଇ ଆମକୁ ଉତ୍ସାହିତ କରିଥିଲେ ।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।