ମୋ ଟିଭି ଓଡିଶା / କଳାହାଣ୍ଡି:୧୭/୦୬(ସନତ ପ୍ରଧାନୀ)
ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା, ଅନୁସୂଚିତ ଜାତି ବିକାଶ,ଅନୁସୂଚିତ ଜନଜାତି,ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଶଶକ୍ତି କରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ଭବାନୀପାଟଣା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୋକସରା ବ୍ଲକ ଆମପାଣି ଠାରେ ବିଜେପି ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟିଙ୍କ ନେତୃତ୍ବରେ ପ୍ରଭୁ ବୁଢ଼ାରଜା ମନ୍ଦୀର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ଏହି ସମୟରେ ବିଜେପିର ମଣ୍ଡଳ ସମ୍ପାଦକ ମଧୁବନ ପାତ୍ର, ସହ ସମ୍ପାଦକ ସନ୍ତୋଷ ମାଝୀ, ବରିଷ୍ଠ ନେତା ଗୋପୀଚନ ନାଏକ, ଭଜମନ ନାଏକ, ବନ ଦଣ୍ଡସେନା, ଯୁଗଳ ନାଏକ, ମହିଳା ନେତ୍ରୀ ଧରିତ୍ରୀ ସୁନାନୀ ଶତାଧିକ କର୍ମକର୍ତ୍ତା ଓ କର୍ମି ଗ୍ରାମବାସୀ ଉପସ୍ଥିତ ରହି ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ପରେ ମନ୍ତ୍ରୀ ପ୍ରଭୁ ବୁଢ଼ାରଜାଙ୍କ ଦର୍ଶନ କରି ସ୍ଥାନୀୟ କର୍ମିଙ୍କ ସହ ଆଲୋଚନା କରି ବାହାରି ଥିଲେ।
ପରେ କୋକସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ବିଇଓ ରଶ୍ମିତା ନେତମ, ଏବିଇଓ ତୋଫାନ ମାଝୀ , ଯୁବ ସମାଜସେବୀ ଆନନ୍ଦ କୁମାର ଗର୍ଗ, ରାଜେଶ ଗର୍ଗ ଲକ୍ଷ୍ମୀକାନ୍ତ ପ୍ରଧାନୀ, ପ୍ରମୋଦ କୁମାର ପ୍ରଧାନୀଙ୍କ ସମେତ କୋକସରା ବ୍ଲକ ଶିକ୍ଷକ ସଂଘ ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବିର କିଶୋର ନାଗ, ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ଓ ଶତାଧିକ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ତ୍ରୀ ସମସ୍ତଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଧନ୍ୟବାଦ ଦେଇଥିଲେ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ