February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା


ପଶାଖେଳ ପାରମ୍ପରିକ ରାଜାରାଜୁଡା ସମୟର ଖେଳ।ପଶାଖେଳ ସତ୍ୟଯୁଗର ଖେଳ।ଜଗନ୍ନାଥ ମନ୍ଦିରରେ ଏହାର ପରମ୍ପରା ଅଛି ସ୍ୱୟଂ ଲକ୍ଷ୍ମୀନାରୟଣ ,ଲକ୍ଷ୍ମୀ ନାରାୟଣ ପଶାଖେଳୁଥିଲେ। ଜଗନ୍ନାଥ ମନ୍ଦିରରେ କୁମାର ପୂର୍ଣ୍ଣିମା ଦିନ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପଶା ଖେଳିବା ପରମ୍ପରା ଅଛି ପଶାଖେଳରେ ୯୬ଘର,୪ଟି ଦ୍ୱାର ୧୬ଟି କନ୍ୟାକୁ ୩ଟି ବର ଯେବେ ତୁ ଖେଳିବୁ ପଶା ପୂର୍ବ ଦିଗେ ନାଲି ଗୋଟିକି ବସା। ବୟସର ଅପରାହ୍ନ ରେ ପହଞ୍ଚିଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ହୋଇଛି।ଖୋର୍ଦ୍ଧା ଜିଲ୍ଲା ଜଂକିଆ ବଘେଇ ଠାକୁରାଣୀଙ୍କ ପ୍ରାଗଂଣରେ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପଶାଖେଳ ଟୁର୍ଣ୍ଣାମଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ଜଣ ଖେଳାଳୀ ଭାଗନେଇଥିଲେ। ବିଜେତା ଦଳକୁ ଭୂବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସମ୍ମାନିତ କରାଯିବ।ପଶାଖେଳ ଖେଳୁଥିବା ଖେଳାଳି ମାନଙ୍କୁ ସରକାରଙ୍କ ତରଫରୁ ମାନ୍ୟତା ପ୍ରଦାନ କରି ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରିଛନ୍ତି ଓଡିଶା ଭାଷା ଆନ୍ଦୋଳନ ଓ ଓଡିଶା ନାଗରିକ ମହାସଂଘ ର ସଦସ୍ୟ।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ଅଙ୍ଗ ଆମର ଲୋକକଥା, ଲୋକଗୀତ, ଲୋକନାଟକ, ଲୋକନୃତ୍ୟ, ଲୋକବାଣୀ, ଲୋକଢଗ, ଲୋକବୋଲିବାଣୀ ସମୂହ ସମ୍ପ୍ରତି ଲୋକଙ୍କ ନିକଟରୁ ଲୋପ ପାଇବାକୁ ବସିଲାଣି । ଏହାର ପୁନରୁଦ୍ଧାର ପାଇଁ ନମାମି ମନ୍ଦାକିନୀ ନ୍ୟାସ ଆନୁକୁଲ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଅଭିଯାନ ଚାଲିଛି ।

ନବବର୍ଷ ଅବ୍ୟବହିତ ପୂର୍ବରୁ ରାଜ୍ୟର ବିଭନ୍ନ କୋଣ ଅନୁକୋଣରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀ ମାନଙ୍କୁ ନବବର୍ଷ ମହୋତ୍ସବରେ ସମ୍ବନ୍ଧିତ କରାଯିବ ।ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବରେପ୍ରତାପ ଚନ୍ଦ୍ର ସାମନରାୟ ଉଦଘାଟନ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।