MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ, ୫ ଗିରଫ

ମୋ ଟିଭି ଓଡିଶା / ସମ୍ବଲପୁର : ସ୍ଥାନୀୟ ଅଇଁଠାପାଲି ପୁଲିସ ଗତ ଜୁନ ମାସରେ ହୋଇଥିବା ଏକ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶ ଅମେଠି ଜିଲା ପିପାରପୁର ଥାନା ଅନ୍ତର୍ଗତ ମଣ୍ଡା ଗୋପାଲପୁର ନିବାସୀ ଫିରୋଜ ଅଲ୍ଲୀ (୩୨), ନୂଆପଡା, ମାଝୀପାଲି ନିବାସୀ ଆକାଶ ଦୀପ (୨୦), ଜନ୍ମୟ ସୁନା (୨୨), ଏନ.ଗୁହା ଲେନ ନିବାସୀ ଅବିନାଶ ମିଶ୍ର (୨୩) ଓ ବଲାଙ୍ଗୀର ଜିଲାର ମୂଳ ନିବାସୀ ତଥା ଏବେ ଶାନ୍ତି ନଗରରେ ରହୁଥିବା ଚିତ୍ର ସୁନା (୨୭) l ସୂଚନା ଅନୁଯାୟୀ, କ୍ଷେତରାଜପୁର ନିବାସୀ ସଚିନ କୁମାର ଅଗ୍ରୱାଲଙ୍କ ଏକ ଆଲୁମିନିୟମ ନିର୍ମାଣ ୟୁନିଟ ରହିଥିଲା । କିନ୍ତୁ କୌଣସି କାରଣରୁ ସେ ଉକ୍ତ ୟୁନିଟକୁ ବନ୍ଦ କରି ଦେଇଥିବା ବେଳେ ବିଭିନ୍ନ ଯନ୍ତ୍ରପାତିଗୁଡିକୁ ଅଇଁଠାପାଲି ଛକସ୍ଥିତ ଏକ ଗୋଦାମ ଘରେ ରଖିଥିଲେ। ଗତ ଜୁନ ୧୮ ତାରିଖ ରାତ୍ରିରେ ଯନ୍ତ୍ରପାତି ଚୋରି ହୋଇଥିବା ନେଇ ସେ ୧୯ ତାରିଖରେ ଜାଣିବାକୁ ପାଇଥିଲେ। ଉକ୍ତ ଗୋଦାମରୁ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କାର ଯନ୍ତ୍ରପାତି ଚୋରି ହୋଇଥିବା ସେ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୨ ମାସ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ଅଟୋ, ଗୋଟିଏ ସ୍କୁଟି, ୩ଟି ଲୁହା ଫ୍ରେମ, ଆଲୁମିନିୟମ ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।