February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା

ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥ‌ିବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତି ନିଜ ଟ୍ରକ ନଂ.ଓଡି-୦୨-ଇ-୬୩୨୨ ରେ ପ୍ଲାଷ୍ଟିକ ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଓଡି-୧୨-ଏଫ- ୭୦୪୮ ନଂ ମଟର ସାଇକେଲ ଯୋଗେ ପିଛା କରି କ.ନୂଆଗାଁ ଥାନା ଅଞ୍ଚଳର ପାଇବର ସାହି ନିକଟରେ ଜୋର ଜବରଦସ୍ତ ଗାଡ଼ିକୁ ଅଟକାଇ ଥିଲା।

ପରେ ତାଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେଇଥ‌ିବା ସହ ଫୋନପେକୁ ମଧ୍ଯ ପାଞ୍ଚ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା । ଏହାକୁ ନେଇ ରତ୍ନାକର କ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତ କରି କ.ନୂଆଗାଁ ପୋଲିସ ଥାନା କେସ ନଂ ୧୩୬/୨୪, ଧାରା ୩୦୯ (୬) ବିଏନଏସ ମାମଲା ଋଜୁ କରିବା ସହିତ ଅନୁସନ୍ଧାନ କରି ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ତାଠାରୁ ଉକ୍ତ ବାଇକ,ମୋବଇଲ,ପର୍ସ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରି ଦୁର୍ବୃତ୍ତ ସାରଙ୍ଗଗଡ଼ ଥାନା ଅଞ୍ଚଳ ଦାସିଗୁଡ଼ାର ବସନ୍ଧ ବେହେରା (୪୦)କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ପି.ସ୍ବରୂପ କିଷାନ ପ୍ରକାଶ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।