January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ ବାତ୍ୟା ‘ଦାନା’

ବାତ୍ୟା 'ଦାନା'କୁ ନେଇ ଆସିଲା ବଡ ଖବର । ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ 'ଦାନା' । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା ।

ଭୁବନେଶ୍ୱର : ୨୪/୧୦

ଭୀଷଣ ବାତ୍ୟାର ରୂପ ନେଲା ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ଥିବା ବେଳେ ଉତ୍ତର-ଉତ୍ତର-ପଶ୍ଚିମକୁ କ୍ରମଶଃ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ପାରାଦ୍ବୀପରୁ ୩୩୦ କିମି ଦକ୍ଷିଣ-ପୂର୍ବ, ଧାମରାରୁ ୩୬୦ ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ସାଗରଦୀପରୁ ୪୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ଭୋର ମଧ୍ୟରେ କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ।

ଦାନା’ ପ୍ରଭାବରେ କେନ୍ଦ୍ରାପଡାରେ ଲାଗି ରହିଛି ବର୍ଷା । ବାତ୍ୟା ‘ଦାନା’ ପ୍ରସ୍ତୁତିକୁ ନେଇ ବିଭିନ୍ନ ସ୍ଥାନରେ ନିୟୋଜିତ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ରାପଡାରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ ଖବର । ଲ୍ୟାଣ୍ଡଫଲ ପରେ ରିକର୍ଭ କରିପାରେ ‘ଦାନା’ । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା । ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ।

ବାତ୍ୟା ‘ଦାନା’ ର ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ବର୍ଷା ଲାଗି ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହୁର, କଟକ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଅନଗୋଳ, ବୌଦ୍ଧ କନ୍ଧମାଳ, ଗଞ୍ଜାମ, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଟ୍ରେନ ବାତିଲ କରାଯାଇଛି । ମୋଟ ୧୯୭ଟି ଟ୍ରେନ ବାତିଲ ନେଇ ପୂର୍ବତଟ ରେଳବାଇ (East Coast Railway) ପକ୍ଷରୁ ସୂଚନା ଜାରି କରାଯାଇଛି । ଅକ୍ଟୋବର ୨୩, ୨୪, ୨୫ ଓ ୨୬ ତାରିଖ ମଧ୍ୟରେ ମୋଟ ୧୯୭ ଟ୍ରେନ ବାତିଲ ହୋଇଛି । ଏହା ଭିତରୁ ୯୪ଟି ଅପ ଟ୍ରେନ ଏବଂ ୧୦୩ଟି ଡାଉନ ଟ୍ରେନ ରହିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।