ଭୁବନେଶ୍ୱର : ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଆଜି ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । ଏଥିସହ ରେଭେନ୍ସା ନାମ ପରିବର୍ତ୍ତନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମା ପ୍ରାର୍ଥନା ଦାବି କରି ଏହି ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ କହିଛନ୍ତି, ଦୀର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଜେପି ସରକାର ଶାସନକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ଓ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଧିକାର ଫେରାଇ ଦେଲେ । ହେଲେ ଆଇନ ମନ୍ତ୍ରୀ କହିଛନ୍ତି ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ନାହାନ୍ତି । ତେଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର କଂଗ୍ରେସ ସରକାରଙ୍କୁ ଢେର୍ ସମୟ ଦେଲା ହେଲେ ହେଲେ ଏଯାବତ କୌଣସି ପଦକ୍ଷେପ ନେଇ ନଥିବାରୁ ସରକାର ଛାତ୍ର କଂଗ୍ରେସ ରାଜାରାସ୍ତାକୁ ଓହ୍ଲାଇବ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।