ଛାତ୍ର ସଂସଦ ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବିଭିପି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବ ସରକାରଙ୍କୁ ଟାର୍ଗେଟ କରିବା ସହ ଆଗାମୀ ବର୍ଷଠୁ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଗ୍ରୀନ ସିଗନାଲ ଦେଇଛନ୍ତି । ସେ କହିଛନ୍ତି, ଛାତ୍ର ଶକ୍ତିକୁ ପୂର୍ବ ସରକାର ଭୟ କରି ନିର୍ବାଚନକୁ ବନ୍ଦ କରିଥିଲେ । ଆସନ୍ତା ଶିକ୍ଷାବର୍ଷରେ ଛାତ୍ର ନିର୍ବାଚନ ନେଇ ସରକାର ବିଚାର କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ବହୁ ଆଗରୁ ଚାଲି ଆସିଛି । କିନ୍ତୁ ପୂର୍ବ ସରକାର ଏହାକୁ କାହିଁକି ବନ୍ଦ କରିଥିଲେ, ସେନେଇ ଆଜି ଯାଏ ସ୍ପଷ୍ଟୀକରଣ ରଖିଲେନି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।