January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡିରେ ଗଡ଼ିଲା ସୁଭଦ୍ରା ସଚେତନତା ରଥ


ଦାରିଙ୍ଗବାଡି,ମୋ ଟିଭି ଓଡିଶା:(ସୁଶାନ୍ତ ସାହୁ) ଦାରିଙ୍ଗବାଡି ବ୍ଲକ ର ୨୫ଟି ପଞ୍ଚାୟତ ରେ ସୁଭଦ୍ରା ଯୋଜନାର ସଚେତନତା ରଥ ଗୁରୁବାର ଉଦଘାଟିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ଗଦାଧର ପାତ୍ର ଓ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରଥ ପରିକ୍ରମାର ଉଦଘାଟନ କରିଥିଲେ । ୫ଦିନ ମଧ୍ୟରେ ବ୍ଲକ ର ସମସ୍ତ ୨୫ଟି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ସାହି ବସ୍ତିରେ ଏହି ରଥ ପରିକ୍ରମା କରିବ । ରାଜ୍ୟ ସରକାରଙ୍କର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ନୂତନ ସୁଭଦ୍ରା ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରି ଜନସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଡିଓ ଗଦାଧର ପାତ୍ର କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସିଡିପିଓ ସନ୍ଧ୍ୟାରଣୀ ପଣ୍ଡା ଉପସ୍ଥିତ ରହି ବ୍ଲକ ରେ ୫୭ହଜାର ମହିଳା ଓ ଯୁବତୀ ଏହି ଯୋଜନାରେ ସାମିଲ ହେବା ପାଇଁ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ରେ ଫର୍ମ ଉପଲବ୍ଧ କରାଯାଇଛି ଗୁରବାର ସୁଦ୍ଧା ୧୩ହଜାର ରୁ ଉର୍ଦ୍ଧ୍ବ ମହିଳା ଆବେଦନ କରିଥିବା ନେଇ ସୂଚନା ଦେଇଛନ୍ତି ସିଡିପିଓ l ସଚେତନତା ରଥ ଉଦଘାଟନ ସମୟରେ ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ MBK CRP ଉପସ୍ଥିତ ଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।