February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁଭଦ୍ରା ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ

ସୁଭଦ୍ରା ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ, ଜିପିଏସ ଲିଙ୍କ ଫେଲ, ଆବେଦନ ପାଇଁ ରାତି ଉଜାଗର ଆବେଦନକାରୀ


ଆଗରପଡ଼ା,ତା୬/୯: ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଜନସେବା କେନ୍ଦ୍ର,ମୋ ସେବା କେନ୍ଦ୍ର,ବ୍ୟାଙ୍କ,ପୋଷ୍ଟ ଅଫିସ ଗୁଡ଼ିକରେ ଲୋକମାନଙ୍କ ଅସମ୍ଭବ ପ୍ରକାର ଭିଡ଼ ହେଉଥିବାର ପରିଲକ୍ଷିତ ହେଉଛି । ମୋବାଇଲ ନଂ ସହ ଆଧାର ଲିଙ୍କ ହେଉବା ଆକାଉଣ୍ଟ ଲିଙ୍କ ପାଇଁ ହେଉ କିମ୍ବା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବା ପାଇଁ ହେଉ ପ୍ରତି ସ୍ଥାନରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଲମ୍ବା ଲାଇନରେ ଠିଆହୋଇ ମଧ୍ୟ କାର୍ଯ୍ୟ ସଫଳ ହୋଇପାରୁନାହିଁ । ଏହାର ମୂଳ କାରଣ ଜିପିଏସ ଲିଙ୍କ ଫେଲ ଓ ସ୍ଲୋ ।

ସବୁଠୁ ଆଶ୍ଚର୍ଯ୍ୟ କଥା ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ଆଦି ଗୁଡ଼ିକରେ ରାତି ଉଜାଗର ହୋଇ ବିଶେଷ କରି ମହିଳାମାନେ ସୁଭଦ୍ରା ଯୋଜନାରେ ଆବେଦନ କରିବାପାଇଁ ଲମ୍ବା ଲାଇନରେ ଠିଆ ହେବା ଦୃଶ୍ୟ ଆଗରପଡ଼ା ଅଂଚଳରେ ଦେଖିବାକୁ ମିଳିଛି । ସରକାରୀ ସ୍ତରରେ ପ୍ରଣୟନ କରାଯାଉଥିବା ଯୋଜନା ସରକାରଙ୍କ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ସୁଦ୍ଧା ଏହାର ସଫଳରୂପାୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହାର ସଫଳତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଏହାର ସଫଳତା ପାଇଁ ଆବଶ୍ୟକ ପ୍ରତକ୍ଷେପ ସରକାର ନେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।