MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ଼ ଠାରେ “ସୁଭଦ୍ରା ପଦଯାତ୍ରା” ଅନୁଷ୍ଠିତ

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ )୧୫/୦୯: ସରକାର ଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଆଜି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ “ସୁଭଦ୍ରା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି।


ଏହି କ୍ରମ ରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ପଦଯାତ୍ରା କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଶୁଭାରମ୍ଭ କରିଥିଲେ। ପଦଯାତ୍ରା ଟି ସୁଭଦ୍ରା ଯୋଜନା ର ସଚେତନତା ବାର୍ତ୍ତା ବହନ କରି ଡି. ଆର୍.ଡି. ଏ. ଛକ ଦେଇ ହସ୍ପିଟାଲ ଛକ ରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ଏହି ପଦ ଯାତ୍ରା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟ, ସୁଭଦ୍ରା ଯୋଜନା ର ହିତାଧିକାରୀ, ଅଙ୍ଗନୱାଡ଼ି କର୍ମୀ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।


ପରେ ପରେ ବିକାଶ ଭବନ ଠାରେ ସୁଭଦ୍ରା ଯୋଜନା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଜନା ସମ୍ପର୍କରେ ସରକାରଙ୍କ କଣ କଣ ସବୁ ନିୟମ ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା। ଯେପରିକି, ଯୋଜନା ରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇପାରିବେ, କେଉଁ ବୟସ ର ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ, ଯୋଜନା ଅନ୍ତର୍ଗତ ମିଳିବାକୁ ଥିବା ସହାୟତା ରାଶି ଏବଂ ବର୍ଷ କୁ ଏହାର କେତେ କିସ୍ତି ରହିଛି ଏବଂ କେବେ ପ୍ରାପ୍ତ ହେବ ଇତ୍ୟାଦି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ଏହା ସହ ହିତାଧିକାରୀ ମାନେ ମଧ୍ୟ ଯୋଜନା ସମ୍ପର୍କିତ ନିଜ ନିଜ ସନ୍ଦେହ ଉପସ୍ଥାପନ କରିଥିଲେ ଏବଂ ଉପସ୍ଥିତ ଅଧିକାରୀ ମାନେ ତାହାର ଉତ୍ତର ରଖିଥିଲେ। ଏଥି ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଓଡ଼ିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସାମୁଏଲ ଟପ୍ପୋ, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ବସନ୍ତ ମଲ୍ଲିକ, ଚିନ୍ମୟ ସରାଫ, ମିନାକ୍ଷୀ ପ୍ରଧାନ, ସୁଶୀଳା ରଥ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।