January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଫଳ ଚାଷୀ ଦମ୍ପତି

ସଫଳ ଚାଷୀ ଦମ୍ପତି, ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛିି ଜୈବିକ ପଦ୍ଧତିରେ ପରିବା ଚାଷ, ଦମ୍ପତିଙ୍କୁ ସ୍ୱାବଲମ୍ବୀ କରାଇପାରିଛି ପରିବା ଚାଷ


ମୋ ଟିଭି ଓଡିଶା / ଆଗରପଡ଼ା,ତା୨୨/୯:

ପ୍ରକୃତିର ପରିବର୍ତ୍ତନର ପ୍ରଭାବ ଚାଷ କ୍ଷେତ୍ରରେ ବହୁଳ ଭାବରେ ପଡ଼ୁଛି । ତେଣୁ ଋତୁଗତ ସମସ୍ୟାକୁ ଆଖି ଆଗରେ ରଖି ସ୍ୱଳ୍ପ ପରିଶ୍ରମରେ ଅଧିକ ଲାଭ ଆଶାରେ ଚାଷୀ କୃଷି କ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଥିବାରୁ ଏହାର ଫଳ ସ୍ୱରୂପ ଦିନକୁ ଦିନ ମାଟିର ମହକ ହଜି ହଜି ଯାଉଛି । ଯାହାଦ୍ୱାରା ଉତ୍ପାଦିତ କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ କମି କମି ଯାଉଛି ।

ମାଟିର ନିଜର ପ୍ରାକୃତିକ ଉର୍ବରତା କେବଳ ଜୈବିକ ସାର ପ୍ରୟୋଗ ଫଳରେ ସୁରକ୍ଷିତ ରହିଥାଏ । ପ୍ରକୃତି କୋଳରେ ସବୁଜ କୃଷି ଉତ୍ପାଦନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ପ୍ରକୃତିର ପରିବର୍ତ୍ତନ ଯୋଗୁଁ ଏଥିରେ ବର୍ତ୍ତମାନ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଭଳି ଏକ ବ୍ୟତିକ୍ରମ ଭିତରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଉଛି ସତ; ମାତ୍ର ଏହାଦ୍ୱାରା ମାଟିର ଗୁଣବତ୍ତା କମିଯାଉଥିବା ବେଳେ ଉତ୍ପାଦିତ ଦ୍ରବ୍ୟ ପ୍ରଭାବିତ ହେଉଛି ।

ଗୋଟିଏ କ୍ଷେତରେ ବାରମ୍ବାର ଗୋଟିଏ ପ୍ରକାର ଫସଲ କରିବା ସହ ପର୍ଯ୍ୟାୟକ୍ରମେ ଏଥିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେବା ଦ୍ୱାରା ଏପରି ଅବସ୍ଥା ସୃଷ୍ଟି ହେଉଥିବା ବେଳେ ଜୈବିକ ପଦ୍ଧତିରେ ପରିବା ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବନ୍ତ ବ୍ଳକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସନ୍ତୋଷ ଦାସ ଓ ପତ୍ନୀ ସରସ୍ୱତୀ । ତାଙ୍କର ଏହି ବାର୍ଷିକ ଅନ୍ୟମାନଙ୍କ ପାଇଁ  ଉଦାହରଶ ପାଲଟିଛି ।

ପରିବାର ଦର ଏବେ ଆକାଶ ଛୁଆଁ ହୋଇଛି । ଏହିପରି ସ୍ଥଳେ ନିଜସ୍ୱ ଜମି ନଥିବାରୁ ୩୦ବର୍ଷରୁ ଉର୍ଦ୍ଧ୍ୱ ହେବ ଚାଷ ପାଇଁ ମନ ବଳାଇ ଅନ୍ୟ ଜଣଙ୍କ ଠାରୁ ମାତ୍ର ଦେଢ଼ ଗୁଣ୍ଠ ଜମି ଲିଜ୍ ସୂତ୍ରରେ ଆଣି ସେଥିରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ସନ୍ତୋଷ ଏବେ ବିଭିନ୍ନ ସ୍ଥାନକୁ ପରିବା ଯୋଗାଉଛନ୍ତି । ବର୍ତ୍ତମାନ ସାର ଓ ବିଷର ବ୍ୟାପକ ପ୍ରୟୋଗ ଯୋଗୁଁ ସମାଜ ଉପରେ ଏହାର କୁ ପ୍ରଭାବ ପଡିବା ସହ ଲୋକମାନେ ଏହାକୁ ଖାଇବା ଦ୍ୱାରା ରୋଗାଗ୍ରସ୍ତ ହେଉଛନ୍ତିା ଏପରି ସ୍ଥଳେ ଏହି ଦମ୍ପତ୍ତି ନିଜେ ଜୈବିକ ପ୍ରଣାଳୀରେ ବାଇଗଣ, ଲାଉ, ଜହ୍ନୀ, ଭେଣ୍ଡି ସହ ବିଭିନ୍ନ ପ୍ରକାରର ସାଗ ମଧ୍ୟ ଚାଷ କରୁଛନ୍ତି ।

ଏହି ପରିବା ସବୁକୁ ଆଖପାଖର ବିଭିନ୍ନ ବଜାରକୁ ବିକ୍ରୟ ପାଇଁ ନିଆଯାଉଥିବା ବେଳେ ଗ୍ରାହକମାନଙ୍କର ଏହାକୁ କ୍ରୟ କରିବା ପାଇଁ ଆଗ୍ରହ ମଧ୍ୟ ବଢୁଛି । ଜୈବିକ ପଦ୍ଧତିରେ ହେଉଥିବା ଉକ୍ତ ଚାଷ ଦେଖିବା ପାଇଁ ଅନ୍ୟ ଚାଷୀ ମାନେ ବହୁ ସମୟରେ ସନ୍ତୋଷଙ୍କ କ୍ଷେତକୁ ଆସି ପ୍ରେରଣା ପାଉଥିବା ସ୍ଥାନୀୟ ଚାଷୀ ସୁଦର୍ଶନ ଯେନା କହନ୍ତି । ସେହିପରି ଏହି କ୍ଷେତରେ କାମ କରି ଅନ୍ୟମାନେ ରୋଜଗାର କ୍ଷମ ହେବା ସହ ଜୈବିକ ପଦ୍ଧତିରେ ହେଉଥିବା ଚାଷକୁ ଦେଖି ଅନ୍ୟମାନେ ନିଜ ଚାଷକୁ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଚକ୍ରଧର ଗିରି ପ୍ରକାଶ କରିଛନ୍ତି ।

ମୋଟାମୋଟି ଭାବେ ସମସ୍ତ ପ୍ରତିକୂଳ ପରିବେଶ ଏହି ଦମ୍ପତିଙ୍କ ଦୃଢ଼ ମନୋବଳ ଏବଂ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି । ଯୁବପିଢୀ ଚାଷ ପ୍ରତି ମୁହଁ ଫେରାଇବା ସହ ଦାଦାନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏହାକୁ ଜୀବିକାର ମାଧ୍ୟମ ଭାବେ ପ୍ରମାଣିତ କର ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦମ୍ପତ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।