ମୋ ଟିଭି ଓଡିଶା / ସୁନ୍ଦରଗଡ଼ :
ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସେବତୀ ବାହାଲ ଗାନ୍ଧୀ ଫୁଟ ବଲ ପଡ଼ିଆ ନିକଟ ଏକ ମହୁଲ ଗଛରେ ଜଣେ ବ୍ୟକ୍ତି ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ – ଜଗଦୀଶ ମାଝି । କୌଣସି କାରଣକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଛନ୍ତି।

ଏ ନେଇ ସ୍ଥାନୀୟ ଲୋକେ ସଦର ପୋଲିସ କୁ ସୂଚନା ଦେଇଥିଲେ। ସଦର ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ମୃତ ବ୍ୟକ୍ତିଙ୍କ ସାର୍ଟ ପ୍ୟାକେଟ ରୁ ଏକ ଦିଆସିଲି ପୋଲିସକୁ ମିଳିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।