February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଫଳ ଯୁବ ଚାଷି ସୁଧାଂଶୁ, ନିଜେ ସ୍ୱାବଲମ୍ବୀ ହୋଇ ୧୦ ପରିବାରଙ୍କୁ ଦେଉଛନ୍ତି ରୋଜଗାର, ଯୁବଗୋଷ୍ଠୀ ଙ୍କ ପାଇଁ ପ୍ରେରଣା।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୧/୦୭


ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ପଛେ ନ ଗୋଡ଼ାଇ ପ୍ରଥମେ ଅଧା ଏକଡ଼ ଜମି ରେ ଅମୃତଭଣ୍ଡା ଚାଷ ଆରମ୍ଭ କରି ଭଲ ରୋଜଗାର ହେବାପରେ ଚାଷ ପ୍ରତି ମନରେ ଆଗ୍ରହ ଜନ୍ମିଥିଲା। ଆସ୍ତେ ଆସ୍ତେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ବର୍ତ୍ତମାନ ୧୦ ପରିବାର କୁ ରୋଜଗାର ଦେଇ ଉଦାହରଣ ସାଜିଛନ୍ତି ଜଣେ ଯୁବ ଚାଷି ସୁଧାଂଶୁ ଦାସ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ପ୍ରମୋଦ କୁମାର ଦାସ ଙ୍କ ପୁଅ,ଯୁବ ସଫଳ ଚାଷି ସୁଧାଂଶୁ ଦାସ। ଯୁକ୍ତ ତିନି ପଢିବା ପରେ ଚାକିରୀ ପଛେ ନ ଗୋଡ଼ାଇ ନିଜର ଅଧା ଏକଡ଼ ଜମି ରେ ଆରମ୍ଭ କଲେ ଅମୃତଭଣ୍ଡା ଚାଷ। ଚାଷ ରେ ଭଲ ରୋଜଗାର ହେବାରୁ ମନରେ ଆତ୍ମବଳ ନେଇ ପରବର୍ତ୍ତୀ ସମୟରେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ମତ୍ସ୍ୟ ବିଭାଗ ସହ ଯୋଗାଯୋଗ କରି ବିଭିନ୍ନ ପ୍ରକାର ପନିପରିବା ଚାଷ ସହ କୁକୁଡ଼ା,ମାଛ, ଛତୁ ଚାଷ କରିବା ଆରମ୍ଭ କରି ଏବେ ଜଣେ ସଫଳ ଚାଷି ଭାବେ ଅଞ୍ଚଳ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।


ବର୍ତ୍ତମାନ ସେ ପ୍ରାୟ ୪ ଏକଡର ଜମି ରେ ଉନ୍ନତ ଜ୍ଞାନ କୌଶଳ ରେ କଦଳୀ, କାକୁଡି, କଲରା, ଭେଣ୍ଡି, ଫୁଲକୋବି, ଲଙ୍କା, ସଜନା ଛୁଇଁ ଭଳି ପନିପରିବା ସହ କୁକୁଡ଼ା, ମାଛ, ଛତୁ ଚାଷ କରି ୧୦ ପରିବାର କୁ ରୋଜଗାର ଦେଉଛନ୍ତି। ସୁଧାଂଶୁ ଙ୍କ ଠାରେ ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ପୂର୍ବରୁ ଦାଦନ ଖଟିବାକୁ ଯାଉଥିଲେ। ଏବେ ନିଜ ଗାଁ ରେ ବର୍ଷ ସାରା କାମ ପାଇ ଖୁସି ଅଛନ୍ତି ବୋଳି ପ୍ରକାଶ କରିଛନ୍ତି ଡିଙ୍ଗର ମାଝୀ, ମନୁରାମ, କ୍ଷୀରୋଧ ଖର୍ସେଲ, ସରୁଡ଼ ଖର୍ସେଲ, ସମ୍ଭୁ ଭଇସାଲ । ନିଜ ଉତ୍ପାଦିତ ପନିପରିବା କୁ ନବରଙ୍ଗପୁର,ଭବାନୀପାଟଣା ପରିବା ବ୍ୟବସାୟୀ ଙ୍କୁ ବିକ୍ରି କରୁଛନ୍ତି। ମାଛ, ମାଂସ ର ଚାହିଦା ସବୁ ସମୟରେ ରହିଛି ଏଣୁ କୁକୁଡ଼ା, ମାଛ, ଛତୁ ଚାଷ ବର୍ତ୍ତମାନ ସମୟରେ ରୋଜଗାର ପାଇଁ ଉତ୍ତମ ମାଧ୍ୟମ, ଯୁବଗୋଷ୍ଠୀ ଚାକରି ପଛେ ନ ଧାଇଁ ମୋ ଭଳି ଚାଷ କରି ରୋଜଗାର କରି ସ୍ୱାବଲମ୍ବୀ ହୋଇ ନିଜର ପରିବାର ପ୍ରତିପୋଷଣ କରିପାରିବେ ବୋଳି କୁହନ୍ତି ଯୁବଚାଷୀ ସୁଧାଂଶୁ ଦାସ। ଏହି ଯୁବ ଚାଷି ବର୍ଷ କୁ ସମସ୍ତ ଖର୍ଚ୍ଚ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ଚାଷ ରେ ରୋଜଗାର କରୁଥିବା କହିଛନ୍ତି । ଏନେଇ କୋକସରା ଉଦ୍ୟାନ କୃଷି ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ସୁଧାଂଶୁ ଜଣେ ସଫଳ ଯୁବ ଚାଷି, ଆମ ବିଭାଗ ପକ୍ଷରୁ ତାଙ୍କୁ ଉନ୍ନତ ଜ୍ଞାନ କୌଶଳ ରେ ଚାଷ କରିବା ପାଇଁ ଅନେକ ସମୟରେ ତାଲିମ ଦିଆଯାଇଛି ଓ ଜାତୀୟ ଉଦ୍ୟାନ କୃଷି ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ରେ କୃଷି ଉପକରଣ ଦିଆଯାଇଛି। ପନିପରିବା ଫଳ ସଂରକ୍ଷଣ ପାଇଁ ପେକ ହାଉସ ଦିଆଯାଇଛି। ସୁଧାଂଶୁ ଦାସ ନିଜସ୍ଵ ଜ୍ଞାନ କୌଶଳ ରେ ଅତ୍ୟାଧୁନିକ ପ୍ରଣାଳୀରେ ପନିପରିବା ଚାଷ ସାଙ୍ଗକୁ କୁକୁଡ଼ା, ମାଛ, ଛତୁ ଚାଷ କରି ଜଣେ ସଫଳ ଚାଷି ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ଯୁବକ ତାଙ୍କ ଠାରୁ ପ୍ରେରଣା ନେଇ ଉଦ୍ୟାନ କୃଷି ଚାଷ କରି ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଳି କହିଛନ୍ତି।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।