ସୁନ୍ଦରଗଡ଼ କୋର୍ଟ ପରିସରରେ ଜଣେ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ .
ସୁନ୍ଦରଗଡ( ମୋ ଟିଭି ଓଡିଶା ) ଦେବେନ୍ଦ୍ର କୁମାର ଭିତ୍ରିଆ :
ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତା ମହିଳା ଜଣକଙ୍କ ସପକ୍ଷରେ ରାୟ ହେଉ ନ ଥିବାର ଖବର ପାଇ ମହିଳା ଜଣଙ୍କ ଏପରି କରିଥିବା କଥା ଗଣ ମାଧ୍ୟମକୁ କହିଛନ୍ତି। ତେବେ ପୀଡ଼ିତା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ଆଜି ସେହି ମା ମଲାର ଶୁଣାଣି ହେବାକୁ ଥିବା ବେଳେ ସମ୍ପୃକ୍ତ ପୀଡ଼ିତା ମହିଳାଙ୍କୁ କୋର୍ଟରେ କାର୍ଯ୍ୟରତ ଥିବା କେହି ଜଣେ ଅଧିକାରୀ ରାୟ ସମ୍ପର୍କିତ ସୂଚନା ଦେଇଥିଲେ।

ଏହି ସୂଚନା ପାଇବାପରେ ମହିଳା ଜଣଙ୍କ ଆଠଗୋଟି ପାରାସିଟାମଲ ଟାବଲେଟ ଖାଇ କୋର୍ଟ ପରିସରର ଟଳି ପଡ଼ିଥିଲେ। ତେବେ କୋର୍ଟରେ କାର୍ଯ୍ୟରତ ଜଣେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ସହ ସଂମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମହିଳା ଜଣକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଥିବା କଥା ଚିକିତ୍ସାରତ ଡାକ୍ତର କହିଛନ୍ତି। ଅପରପକ୍ଷେ ପୀଡ଼ିତା ଜଣଙ୍କ ସେହି ସୂଚନା ଦାତାଙ୍କ ନାମ କୌଣସି ପରିସ୍ଥିତିରେ କହିବେ ନାହିଁ ବୋଲି ଗଣ ମାଧ୍ୟମକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି କିଏ ସେହି ମହାନ ବ୍ୟକ୍ତିତ୍ଵ ଯିଏ କି କୋର୍ଟର ଆଭ୍ୟନ୍ତରୀଣ ( ରାୟ ଘୋଷଣା ହେବା ପୂର୍ବରୁ) କଥା ନିଜ ସ୍ବାର୍ଥ ପାଇଁ ପ୍ରକାଶ କଲେ ? କୋର୍ଟ ଭଳିଆ ସମ୍ବେଦନଶୀଳ ବା ନ୍ୟାୟିକ ମନ୍ଦିରରେ ଚାଲିଥିବା ଏଭଳି ବ୍ୟବସ୍ଥାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ କରା ଯାଇ ସୂଚନା ପ୍ରଦାନକାରୀ ଉପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବା ନେଇ ସଚେତନ ନାଗରିକ ଦାବି କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।