ବ୍ରେନ ଟ୍ୟୁମର ରୋଗର ଆକ୍ରାନ୍ତ ସୁନାଫୁଲ ର
ଚିକିତ୍ସାପାଇଁ ଅର୍ଥ ସାଜିଚି ବାଧକ, ସରକାରୀ ସହାୟତା ଅପେକ୍ଷା ରେ ପରିବାର । ଦୁଇ ବର୍ଷ ହେଲା ଖଟିଆରେ ବିତୁଛି ଜୀବନ l
ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା(ସୁଶାନ୍ତ କୁମାର ସାହୁ) :
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେରୁବାଡି ଗ୍ରାମର ଧନେଶ୍ୱର ପ୍ରଧାନଙ୍କ ୧୭ ବର୍ଷର ଝିଅ ସୁନାଫୁଲ ପ୍ରଧାନ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ । ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା l ଦୁଇ ବର୍ଷ ହେଲାଣି ଖଟିଆରେ ବିତୁଛି ଜୀବନ। ବାପା ଧନେଶ୍ୱର ପ୍ରଧାନ, ମା ପ୍ରଭାତୀ ପ୍ରଧାନ
ଏମାନେ ହେଲେ ଦିନ ମଜୁରିଆ ମୁଲ ଲାଗିଲେ ଘରେ ଚୁଲି ଜଳେ ହେଲେ ତଥାପି ହସ ଖୁସିରେ ପାଞ୍ଚ ଜଣ ଛୁଆ ପିଲାଙ୍କୁ ନେଇ ଚଳି ଯାଉଥିଲେ l

ଧନେଶ୍ୱର ଦୁଇ ବର୍ଷ ପୂର୍ବରୁ ଝିଅ ସୁନାଫୁଲ ର ଦେହ ଖରାପ ହେବାକୁ ଲାଗିଲା l ପ୍ରଥମେ ଦାରିଙ୍ଗବାଡି ମେଡିକାଲ ରେ ଚିକିତ୍ସା ପାଇଁ ଆଣିଥିଲେ ହେଲେ ସେଠାରେ ସୁନାଫୁଲ ର ଦେହ ଠିକ ନହେବାରୁ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ l ଚିକିତ୍ସା କରିବାପାଇଁ ସେଠାରେ ଏକ ମାସରୁ ଉର୍ଦ୍ଧ ସମୟ ଧରି ଚିକିତ୍ସା ହେବା ପରେବି ସୁନାଫୁଲର ହେହ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା l ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେବା ପାଇଁ ପରାମର୍ଶ ଦେଇଥିଲେ, ହେଲେ ଧନେଶ୍ୱର ପାଖରେ ଆର୍ଥିକ ସମ୍ବଳ ନଥିବାରୁ ଝିଅକୁ ଘରକୁ ଫେରାଇ ଆଣିଥିଲେ ।

ଘରେ କିଛି ଦିନ ରହିବା ପରେ ସୁନାଫୁଲ ହେହ ଆହୁରି ଖରାପ ହେବାରେ ଲାଗିଥିଲା । ଝିଅର କଷ୍ଟ ସହିନପାରି ଧରେଶ୍ୱର ନିଜ ପାଖରେ ଥିବା ଗାଈ ,ଛେଳିକୁ ବିକ୍ରି କରି ଭୁବେନେଶ୍ୱର ସମ ହସ୍ପିଟାଲ ନେଇଥିଲେ ଚିକିତ୍ସା କରିବା ପାଇଁ ସେଠାରେ ୨୦୨୨ ମସିହା ଅକ୍ଟୋବର ମାସ ଠାରୁ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ଚିକିତ୍ସା ପରେବି ଭଲ ହୋଇପାରି ନଥିଲେ ସୁନାଫୁଲ l ଧନେଶ୍ୱରକୁ ମିଳିଥିବା ବିଜୁସ୍ୱାସ୍ଥ୍ୟ କର୍ଡ଼ ଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇସାରିଥିଲା l
ଏପଟେ ଚଳିବା ପାଇବି ଧନେଶ୍ୱର ପାଖରେ ଅର୍ଥ ନଥିଲା l ତେଣୁ ହସ୍ପିଟାଲରୁ ଝିଅକୁ ଫେରାଇ ଆଣିଥିଲେ ଧନେଶ୍ୱର ହେଲେ ସୁନାଫୁଲ ର ଅବସ୍ଥା ଏତେ ଖରାପ ହୋଇ ପଡିଥିଲାଯେ ସେ ନିଜେ ଖାଇ ପାରୁନଥିଲା ।
ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଯୋଗୁଁ ସଠିକ ଚିକିତ୍ସା କରାଇ ପାରୁନାହାନ୍ତି । ହେଲେ ଡ଼ାକ୍ତର ଅପରେସନ କରିବାକୁ ହେବ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପରାମର୍ଶ ଦେଇଥିଲେ । ହେଲେ ପ୍ରତେକ ଦିନ ପର ଦୁଆରେ ମଜୁରୀ କାମ କଲେ ପରିବାର ଚଳେ ପାଖରେ ଯାହା ଟଙ୍କା ଥିଲା ଡାକ୍ତରଖାନାରେ ଖର୍ଚ୍ଚ କରିସାରିଛନ୍ତି।
ବର୍ତ୍ତମାନ ତାଙ୍କୁ ଅପରେସନ ପାଇଁ କହୁଥିବା ବେଳେ ପରିବାର ପକ୍ଷରୁ ଯୋଗାଡ଼ କରିବା ସମ୍ଭବ ହେଉନାହିଁ ଘରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସୁନାଫୁଲ ଚାଲିବା ଦୂର କଥା ଚଟାଣରୁ ଉଠିବା କଷ୍ଟ ହୋଇପଡ଼ିଛି। ନିତ୍ୟ କର୍ମ ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭର କରି ଆସୁଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ଏଭଳି ଦୁଃଖଦ ଜୀବନ ବିତାଉଛନ୍ତି ସୁନାଫୁଲ। ମେସିନ ମାଧ୍ୟମରେ ନାକ ପଟେ ଖାଦ୍ୟ ଖାଇବାକୁ ପଡୁଛି ସୁନାଫୁଲ କୁ ହେଲେ ନିଜ ଗ୍ରାମରେ ବିଦ୍ୟୁତ ଠିକ ସମୟରେ ରାହୁନଥିବାରୁ ସେ ନିଜ ଗ୍ରାମ ଘର ଛାଡ଼ି ଦାରିଙ୍ଗବାଡି ନିକଟସ୍ଥ ପରମାପାଙ୍ଗାରେ ଏକଘରେ ଭଡାରେ ରହୁଛନ୍ତି ।

ସୁନାଫୁଲ ପାଖରେ ମା ପ୍ରଭାତୀ ପ୍ରଧାନ ରହୁଥିବା ବେଳେ ବାପା ରାସ୍ତା କଡରେ ଲୁହା ପିଟି ନିଜର ପରିବାର ଚଳାଉଛନ୍ତି । ବେଳେ ବେଳେ ବ୍ୟବସାୟ ଠିକ ନହେଲେ ଭାତକୁ ଲୁଣ ଲଙ୍କା ଖାଇ ବଞ୍ଚିବାକୁ ପଡୁଥିବା କହିଛନ୍ତି ଧନେଶ୍ୱର । ତେବେ ସ୍ଥାନୀୟ ପ୍ରଶାସନ ଏହି ପରିବାର ପାଖରେ ପହଞ୍ଚି ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ । ପରିବାର ସଦସ୍ୟ ମାନେ ଦୁଃଖ କଷ୍ଟରୁ ଦୁରେଇ ରହିଥାନ୍ତେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।