MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନା ର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି।

କଳାହାଣ୍ଡି:୦୮/୦୪ –

   କଳାହାଣ୍ଡି:୦୮/୦୪ – ଗାଁ ରେ ଦେଶୀ ମଦ କୋଠି ସହ ବିଦେଶୀ ମଦ ଅବାଧ ରେ ବିକ୍ରି ହେଉଥିବା ବେଳେ ଘର ର ପୁରୁଷ, ଯୁବକ ଏପରିକି ସ୍କୁଲ ରେ ପଢ଼ୁଥିବା ଛାତ୍ର ମାନେ ମଦ ର କୁ ଅଭ୍ୟାସ ରେ ପଡି ନିଶାଶକ୍ତ ହୋଇ ଗାଁ ରେ ଅରାଜକତା, ବିଶୃଙ୍ଖଳା ଓ ମହିଳା ଝିଅ ବୋହୁ ଙ୍କୁ ଟାହି ଟାପରା କରୁଥିବା ଅଭିଯୋଗ ନେଇ ସୋମବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମଲ ଗ୍ରାମର ୫/୬ ସ୍ୱୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ମାନେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରି ଗାଁ ରେ ଥିବା ଦେଶୀ ମଦ କୋଠି ସହ ବିଦେଶୀ ମଦ ବିକ୍ରି ବନ୍ଦ କରିବା ସହ ମଦ ବେପାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଜୁ ଦାବି କରିଛନ୍ତି ନଚେତ ଆଗାମୀ ଦିନରେ ପୋଲିସ ଥାନା ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସୁନାମାଲ ଗ୍ରାମର ମା ତୁଳସୀ ଗ୍ରୁପ, ମା ଦୁର୍ଗା ଏସଏଚଜି ଗ୍ରୁପ, ମା ମଙ୍ଗଳା ଏସଏଚଜି ଗ୍ରୁପ, ମାନ ପୁରିଆଣି ଏସଏଚଜି ଗ୍ରୁପ,ମା ଗାୟତ୍ରୀ ଏସଏଚଜି ଗ୍ରୁପ ର ସଭାପତି, ସମ୍ପାଦିକା ଓ ଶତାଧିକ ସଦସ୍ୟା ମାନେ କୋକସରା ଥାନା ର ଦ୍ୱାରସ୍ଥ ହୋଇ ମଦ କୋଠି ବନ୍ଦ କରିବାକୁ ପୋଲିସ ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।