February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ ବିଜେଡି ନୂତନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ କଲା !

ମୋ ଟିଭି ଓଡିଶା / ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ )ତା 05.10.24 ରିଖ


ଆଜି ସୁନ୍ଦରଗଡ ବିଜୁ ଜନତା ଦଳର ବରିଷ୍ଠନେତା ତଥା ବିଧାୟକଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ( ପିଡି. ଡିଆରଡିଏ ) ସୁରଞ୍ଜନ ସାହୁଙ୍କୁ ସାର୍କିଟ ହାଉସରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l

ଏବଂ ତାଙ୍କୁ ସୁନ୍ଦରଗଡ ର ବିଭିନ୍ନ ସମସ୍ୟା ବିଷୟରେ ଜଣେଇବା ସହିତ ସେଗୁଡିକର ସମାଧାନ ପାଇଁ ଆଲୋଚନା କରିଥିଲେ ! ସମସ୍ୟା ଗୁଡ଼ିକ ଶୁଣି କିପରି ଶୀଘ୍ର ସମାଧାନ ହୋଇ ପାରିବ ସେଥିପାଇଁ ମୁଁ ନିଶ୍ଚିତ ପଦକ୍ଷେପ ନେବି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ !

ଏହି ଆଲୋଚନା ସମୟରେ ପ୍ରତିନିଧି ମଣ୍ଡଳୀରେ ପୌରପରିଷଦ ର ଉପନଗରପାଳ ଲଲାଟ ପରିଡ଼ା,ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ପଞ୍ଚା ବାର୍ଲା,ଏବଂ ପୂର୍ବତନ ଟାଉନ ବିଜେଡି ଉପସଭାପତି ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ !

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।