ସୁନ୍ଦରଗଡ( ଦେବେନ୍ଦ୍ର କୁମାର ଭିତ୍ରିଆ) ୦୨/୧୧ :
ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି l ନଭେମ୍ବର ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀ ତାଳବଣିଆ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସିନିଅର ସିପକ ଟାକ୍ରୋ ଖେଳରେ ଭାଗ ନେବେ l
ମହିଳା ଦଳରେ ମଧୁସ୍ମିତା ଭିତ୍ରିଆ, ପ୍ରତୀକ୍ଷା ବିଲୁଙ୍ଗ, ମଞ୍ଜୁଲତା ମହlକୁଲ, ସୁସ୍ମିତା ଖଡିଆ ଥିବା ବେଳେ ପୁରୁଷ ଦଳରେ ନରେନ୍ଦ୍ର ମାଝୀ, କବିର କିସlନ, ଦୀପକ କିସାନ, ଚୂଳଦେବ ରୋହିଦlସ ଓ ସ୍ଵାଗତ ନାଏକ ଅଛନ୍ତି l ଜାତୀୟ ରେଫରୀ କିରଣଶିଳା ବାର୍ଲl ଓ କୋଚ୍ ଲିପ୍ସା ଷଡଙ୍ଗୀ ଦଳରେ ସାମିଲ ଅଛନ୍ତି l
ସୁଶାନ୍ତ କୁମାର ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l ସିପକ ଟାକ୍ରୋ ଦଳଙ୍କୁ ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ତରଫରୁ ଶୁଭେଛା ଜଣାଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।