ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୨/୧୧:
ବହୁଚର୍ଚ୍ଚିତ କରମଡ଼ିହି ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ୱତନ୍ତ୍ର ଟିମ୍ । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଲୁଚି ରହିଥିବା ବେଳେ ଗିରଫ କଲା ସୁନ୍ଦରଗଡ ପୋଲିସ ।

ସୂଚନା ମୁତାବକ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ଯାଯାବର ପରିବାର ଉପରେ ଅକ୍ଟୋବର ୨୯ ତାରିଖ ରାତି ପ୍ରାୟ ୧୧ଟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ଏଥିରେ ତିନି ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍ ଅନୁମାନ କରିଥିଲା ।
ହତ୍ୟାକାରୀଙ୍କୁ ଧରିବା ଏବଂ ଅପହରଣ ଶିକାର ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ୧୬ଟି ପୋଲିସ ଟିମ୍ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ଟିମ୍ ଛତିଶଗଡ଼ ଓ ଅନ୍ୟ ଏକ ଟିମ୍ ଝାଡ଼ଖଣ୍ଡକୁ ଯାଇଥିଲା । ସେଠାରୁ ପୋଲିସ ଖାଲି ହାତରେ ଫେରିଥିଲା । ଅନ୍ୟ ୧୪ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥଲା । ହତ୍ୟାକାରୀଙ୍କ ଲିଙ୍କ୍ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକର ଯାଯାବରଙ୍କ ସମ୍ପୃକ୍ତି ଥିବା ଜାଣି ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯାଯାବର ପରିବାର ରହୁଛନ୍ତି, ସେଠାକୁ ଯାଇ ପୋଲିସ ଟିମ୍ ତଦନ୍ତ କରିଥିଲା । ଘଟଣା ଘଟିବାର ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।