January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ଡାଉନଲୋଡ କରିବା ଓ ଦେଖିବା ଅପରାଧ…..

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫିକୁ ନେଇ ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଏଣିକି ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଓ ଡାଉନଲୋଡ କରିବା ପୋକ୍ସୋ(POCSO) ଆକ୍ଟ ଅନୁଯାୟୀ ଅପରାଧ ଭାବେ ଗ୍ରହଣ କରାଯିବ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରର୍ଣ୍ଣୋଗ୍ରାଫି ସ୍ଥାନରେ ଶିଶୁ ଯୌନ ଶୋଷଣ ଓ ଦୁର୍ବବ୍ୟହାର ସାମଗ୍ରୀ ଆଣିବା ପାଇଁ ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସମସ୍ତ ହାଇକୋର୍ଟଙ୍କୁ ଶିଶୁ ପ୍ରର୍ଣ୍ଣୋଗ୍ରାଫି ଶବ୍ଦ ବ୍ୟବହାର ନକରିବାକୁ ମଧ୍ୟ କହିଛନ୍ତି ।

ମୋବାଇଲରେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ସହ ଜଡିତ ଅଶ୍ଲୀଳ କଣ୍ଟେଣ୍ଟ ରଖିବା ନେଇ ଚାଲିଥିବା ମାମଲାକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିଥିଲେ । ତେବେ ହାଇକୋର୍ଟ ରଦ୍ଦ କରିଥିବା ମାମଲାକୁ ପୁଣିଥରେ ସେସନ କୋର୍ଟକୁ ପଠାଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ସଙ୍ଗଠନ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ସହ ଜଡିତ କିଛି ବି ଅଶ୍ଲୀଳ କଣ୍ଟେଣ୍ଟ ଦେଖିବା ବା ଡାଉନଲୋଡ କରିବା ପୋକ୍ସୋ ଓ ଆଇଟି ଅଧିନିୟମ ଅନୁଯାୟୀ ଅପରାଧ ଅଟେ ।

ଗତ ୧୯ ଏପ୍ରିଲରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ମାଡ୍ରାସ କୋର୍ଟ କହିଥିଲେ, ବ୍ୟକ୍ତିଗତ ଇଲୋଟ୍ରୋନିକ୍ସ ଡିଭାଇସରେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଡାଉନଲୋଡ କରିବା ବା ତାକୁ ଦେଖିବା ଅପରାଧ ନୁହେଁ । ପୋକ୍ସୋ ଅଧିନିୟମ ଓ ଆଇଟି ଅଧିନିୟମ ଅନୁସାରେ ଏହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଜଷ୍ଟ ରାଇଟ୍‌ ଫର୍‌ ଚିଲଡ୍ରେନ ଆଲାଏନ୍ସ ନାମକ ଏକ NGO ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ।

ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ମାମଲା ଶୁଣାଣି ବେଳେ ଜଷ୍ଟିସ ଟିପ୍ପଣୀ କରି କରିଛନ୍ତି, ଶିଶୁଙ୍କ ପ୍ରର୍ଣ୍ଣୋଗ୍ରାଫି ବ୍ୟବହାର କରିବା ଅପରାଧ ଅଟେ । ସିଜେଆଇ କହିଥିଲେ, କାହାଠୁ ବି ଭିଡିଓ ମିଳିବା ପୋକ୍ସୋ ଧାରା-୧୫ର ଉଲ୍ଲଙ୍ଘନ ନୁହେଁ, ଯଦି ଆପଣ ଦେଖୁଛନ୍ତି ଏବଂ ଅନ୍ୟ କାହାକୁ ପଠାଉଛନ୍ତି । ତାହା ଆଇନ ଉଲ୍ଲଙ୍ଘନ ଅଟେ । ପ୍ରର୍ଣ୍ଣୋଗ୍ରାଫି ଦେଖିବା ଅପରାଧ ନୁହେଁ । କିନ୍ତୁ ମାଡ୍ରାସ ହାଇକୋର୍ଟ କହିଥିଲେ ଶିଶୁ ପ୍ରର୍ଣ୍ଣୋଗ୍ରାଫି ଦେଖିବା ବି ଅପରାଧ ନୁହେଁ । ଶିଶୁଙ୍କ ପ୍ରର୍ଣ୍ଣୋଗ୍ରାଫି ବ୍ୟବହାର କରିବା ଅପରାଧ ଅଟେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।