କଳାହାଣ୍ଡି:୨୩/୧୦
କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବା ବେଳେ ସେ ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ବୋଲି ଜଣାପଡିଛି।
ଏ ନେଇଁ ବୁଧବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଏସପି ଙ୍କ କାର୍ଯ୍ୟଳୟ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।
ଗତ ୨୦୧୮ ମସିହାରେ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡମା ର କାର୍ଯ୍ୟକଳାପ ରେ ସେ ଅନୁପ୍ରାଣୀତ ହୋଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓବାଦୀ ର ଚିତ୍ର ନାଟ୍ୟମଣ୍ଡଳି ରେ ସାମିଲ ହୋଇଥିଲେ। ପରେ ମାଓବାଦୀ ଙ୍କ ଏରିଆ କମାଣ୍ଡର କମଳା ସହିତ ସାକ୍ଷାତ ହୋଇ ମାଓ ସଙ୍ଗଠନ ସହିତ ରହି କାମ କରି ଆସୁଥିବା ବେଳେ ୨୦୨୨ ମସିହାରେ କଳାହାଣ୍ଡି, କନ୍ଧମାଳ,ବୌଦ୍ଧ , ନୟାଗଡ଼ ଡିଭିଜନ ସିପିଆଇ ମାଓବାଦୀ ସଂଗଠନ ରେ ସାମିଲ ହୋଇଥିଲେ।
ଏହି ସମୟରେ ଲାଲବାହିନିର ମିଲିଟାରୀ ଗ୍ରୁପ୍ ରେ ରହି ସମସ୍ତଙ୍କ ଚିକିତ୍ସା ସେବା କରି ଆସୁଥିଲେ। ସେହିପରି ୫ ଟି ଗୁଲିବିନିମୟ ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ଥିବା ନେଇଁ ଡିଆଇଜି ନୀତି ଶେଖର ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଲାସ ଜି ମଧ୍ୟ ଉପସ୍ଥିତ ଥିଲେ।
ରିପୋର୍ଟ—-ସନତ ପ୍ରଧାନୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।