February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ସସପେନ୍ସ

ମୋଟିଭି ଓଡିଶା ବ୍ୟୁରୋ : ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ସୂଚନା ଆସିଛି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିତବର୍ତ୍ତନ ହୋଇଥିବା ସୂଚନା ମିଳୁଛି । ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ହେବ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ , ଯାହା ରାଜ୍ୟବାସୀଙ୍କ ପାଇଁ ସବୁଠୁ ବଡ ସସପେନ୍ସ ।

ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କ ସମେତ, ଅପରାଜିତା ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ନାଁକୁ ନେଇ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ହେଉଥିବାବେଳେ ଏଥିରେ ଭଟ୍ଟା ପଡିଛି । କାରଣ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ୍ କଲ ଆସିବା ପରେ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ହୋଇଥିବା ନେଇ ଜଣାପଡିବା ପରେ ଏ ସସପେନ୍ସ ଆହୁରି ଗଭୀର ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।