ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ) : ୨୧/୧୦
ଆଜି ଅକ୍ଟୋବର ୨୧ ତାରିଖ ସୋମବାର ସଦର ଥାନା ଅନ୍ତର୍ଗତ କନକ ଯୋର ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ନେଇ ସଦର ପୋଲିସ କୁ ସକାଳ ପ୍ରାୟ ୮ ଟା ସମୟରେ ସୂଚନା ମିଳିଥିଲା।

ସୂଚନା ପାଇବାପରେ ସଦର ଥାନା ଅଧିକାରୀ ସୁସ୍ମିତା ଦେବତା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କୁ କେହି ବା କେତେଜଣ ମିଶି ହତ୍ୟା କରି ଫେରାର ମାରିଛନ୍ତି କିମ୍ୱା କେଉଁ ଆଡେ ହତ୍ୟା କରି ଏଠାରେ ଫିଙ୍ଗି ଫେରାର ମାରିଛନ୍ତି।

ମୃତକଙ୍କ ମୁହଁରେ କୌଣସି ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରା ଯାଇଥିବା ପୋଲିସ କହିଛି। ତେବେ ମୃତକଙ୍କ ପରିଚୟ ଜଣା ପଡି ନାହିଁ। ପୋଲିସ ଶବକୁ ବ୍ୟବ ଛେଦ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି କାଣ୍ଡ ତିନି ଚାରି ଦିନ ପୂର୍ବରୁ ଘଟିଥିବା କଥା ପୋଲିସ ସନ୍ଧେହ କରୁଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।