February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ।

ମୋଟିଭି ଓଡିଶା : ୧୪/୦୫ : ଖୋର୍ଦ୍ଧା ନରଣଗଡରେ ଅଘଟଣ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।ମୃତକ ପରିବାର ପକ୍ଷରୁ ଜଂକିଆ ଥାନାରେ ହତ୍ୟା ଅଭିଯୋଗ। ମୃତକ ଜଣଙ୍କ ଗଡବଡପୁଟ ଗ୍ରାମର ସୁଜାତା ସାହୁ। ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରୀ। ସୂଚନାରୁ ଜଣାପଡିଛି ଗଡବଡପୁଟ ଗ୍ରାମର ସୁଜାତା ସାହୁର ବିବାହ ନରଣଗଡ ଗ୍ରାମର ରବିନ୍ଦ୍ର ସାହୁଙ୍କର ୩୧ଜାଜୁଆରୀ ୨୦୨୪ରେ ବୈଦିକ ରିତିରେ ହୋଇଥିଲା। ବାହାଘର ସମୟରେ ସୂଜାତାର ପରିବାର ଲୋକେ ଯୈ।ତୁକ ବାବଦକୁ ଏକଲକ୍ଷ ଟଙ୍କା ଓ ସୂନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ପତ୍ର ଦୁଇ ଲକ୍ଷ ଟଙ୍କାର ଦେଇଥିଲେ।ବାହାଘର ପରେ ଦୁଇମାସ ଭଲରେ ଚଳିଲେ। ପରେ ସୁଜାତାର ସ୍ୱାମୀ ଓ ତାଙ୍କର ଶାଶୁ ଶ୍ୱଶୁର ଓ ଦିଅର ଅଧିକ ଏକଲକ୍ଷ ଟଙ୍କା ଦାବି କରି ସୁଜାତାକୁ ଶାରରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଝିଅକୁ ନିର୍ଯ୍ୟାତନା ଦେଉଥିବା ଘଟଣା ସୁଜାତାର ପରିବାର ଲୋକେ ଖବର ପାଇ ଝିଅ ଘରକୁ ଯାଇ ଜ୍ୱାଇଁ, ଶାଶୁଶ୍ୱଶୁର, ଦିଅରଙ୍କୁ ବୁଝାଶୁଝା କରି  ଫେରିଥିଲେ।

ଆଜି ଭୋର ସମୟରେ ସୁଜାତା ଫ୍ୟାନରେ ରଶି ଲଗାଇ ମୃତ୍ୟୁ ବରଣ କରିଥିବା ଖବର ଦେଇଥିଲେ ସୁଜାତାର ସ୍ୱାମୀ ରବିନ୍ଦ୍ର। ଖଵର ପାଆ ସୁଜାତାର ପରିବାର ଲୋକେ ପହଞ୍ଚିଲା ବେଳକୁ ସୁଜାତା ଘର ଫ୍ୟାନରେ ଏକ ରଶିରେ ଝୁଲି ମୃତ୍ୟୁ ବରଣ କରିଛି ଏବଂ ତାଙ୍କ ପରିବାର ଲୋକେ ଫେରାର ହୋଇଛନ୍ତି। ମୃତକର ପରିବାର ଲୋକେ ଏନେଇ ଜଂକିଆ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲକୁ ପଠାଇ ତଦନ୍ତ ଜାରି ରଖିଛି। ପୋଲିସ ମୃତକର ସ୍ୱାମୀ, ଶାଶୁକୁ ଥାନାରେ ଅଟକ ରଖିଥିବା ସୂଚନା ରୁ ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।