ହାଇଦ୍ରାବାଦରେ ଓଡ଼ିଆ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ l
ମୋ ଟିଭି ଓଡିଶା / ସୋର : ୧୨/୦୮/୨୪
ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀ ପୋଖରୀ ଗ୍ରାମର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକ ହାଇଦ୍ରାବାଦ କୁରୁକୁଣ୍ଡା ବିଦ୍ୟା ନିକେତନରେ ସିକ୍ୟୁରିଟ କାର୍ଯ୍ୟକରୁଥିବା ବେଳେ ସ୍କୁଲର ୪ଜଣ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୀତାଞ୍ଜଳିଙ୍କ ହତ୍ୟା ଖବର ପାଇ ତାଙ୍କ ମା ପବିତ୍ରା ବାରିକ ହାଇଦ୍ରାବାଦକୁ ଯାଇଥିବା ବେଳେ ୪ଦିନ ହେଲାଣି ଝିଅର ଶବକୁ ଦେଖିପାରିନାହିଁ। ଗ୍ରାମବାସୀ ମାନେ ହତ୍ୟା କରିଥିବା ୪ଜଣ ଯୁବକଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି।
ଗୀତାଞ୍ଜଳିଙ୍କ ବାପା ମାୟାଧର ହୃଦ ରୋଗରେ ଆକ୍ରାନ୍ତ ଥିବାରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ। ପରିବାର ପ୍ରତିପୋଷଣ କରିବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦରେ ଥିବା ଏକ ଘରୋଇ ସ୍କୁଲରେ ୨ବର୍ଷ ଧରି କାର୍ଯ୍ୟ କରନ୍ତି। ଉକ୍ତ ସ୍କୁଲରେ ୪ଯୁବକ ରହୁ ଥିବ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲା। ଯାହା ପରିବାର ଲୋକ କୁହନ୍ତି ଗୋଟିଏ ଜାଗାରେ ରୋଷେଇ କରି ଖାଆନ୍ତି। ହେଲେ ୭ତାରିଖ ଦିନ ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କୁ ଥାନା ରୁ ଫୋନ ଆସିଥିଲା। ଝିଅର ମୃତ୍ୟୁ ଖବର ଶୁଣି ମା ସଂଗେ ସଂଗେ ହାଇଦ୍ରାବାଦ ଯାଇଥିଲେ। ୪ଦିନ ବିତିଯାଇଥିବା ବେଳେ ଗାଁକୁ ମୃତ ଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।