MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱଚ୍ଛଭାରତ ବାଟବଣା, ଅଫିସ ପାଲଟିଲାଣି ଜଙ୍ଗଲ


ମୋ ଟିଭି ଓଡିଶା / ଆଗରପଡ଼ା : ତା୨୩/୮: ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଆଗରପଡ଼ା ଠାରେ ଥିବା ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହିପରି ନମୁନା ଦେଖିବାକୁ ମିଳିଛି ଆଗରପଡ଼ା କୃଷି କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ଲୋକମାନେ ଯାଆଆସ କରିଥାନ୍ତି । କୃଷି କାର୍ଯ୍ୟାଳୟ ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ବିଭିନ୍ନ ସମୟରେ ଏହି କାର୍ଯ୍ୟଳୟକୁ ବିଭିନ୍ନ ଉଦ୍ଦେଶ୍ୟ ରଖି ଆସିଥାନ୍ତି । ମାତ୍ର କାର୍ଯ୍ୟାଳୟ ପ୍ରବେଶ ପଥ ଉଭୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବିଶେଷ କରି ସାପ ଭୟରେ ଚାଷୀମାନେ ଏହି କାର୍ଯ୍ୟାଳୟକୁ ଆସିବା ପାଇଁ ନାପସନ୍ଦ କରୁଛନ୍ତି । ସେହିପରି ଉକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ବଜାର ଅଂଚଳରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ପାଣି ଜମି ରହି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଡ଼େଙ୍ଗୁକୁ ଆମନ୍ତ୍ରଣ କରୁଥିବାରୁ ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି । ସେହିପରି ଆଗରପଡ଼ାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ତେଣୁ ଚାଷୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଏଠାରେ ଏକ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଓ ଏହାର ଦାଇତ୍ୱ ସହ କୃଷି ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠାକୁ ୫୦ରୁ ଅଧିକ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏହା ଚାଷୀଙ୍କ ଯେତିକି ସୁବିଧା ଯୋଗାଇବା କଥା ତାହା ଯୋଗାଇପାରୁନାହିଁ ଅଭିଯୋଗ ହେଉଛି । ନା ସହକାରୀ କୃଷି ଅଧିକାରୀ ନା କର୍ମଚାରୀ କେହିବି ଏଠାକୁ ଆସୁଛନ୍ତି । ଜଣେ ମାତ୍ର କର୍ମଚାରୀ (ଡ଼ାଟା ଏଣ୍ଟ୍ରି ଅପରେଟର)ରେ ଉକ୍ତ କାର୍ଯ୍ୟାଳୟ ଚାଲିଛି । ତେଣୁ ଚାଷୀ ତାର ମୌଳିକ ସୁବିଧା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛି । ଅଧିକାଂଶ ସମୟରେ ମୌଳିକ ସୁବିଧାରୁ ବଂଚିତ ମଧ୍ୟ ହେଉଛି । ଖରିଫ ଋତୁ ଏବଂ ରବି ଋତୁରେ ଉକ୍ତ କାର୍ଯ୍ୟାଳୟରୁ ସମସ୍ତ ପ୍ରକାର ଚାଷ ଉପକରଣ ସାମଗ୍ରୀ ଯେପରିକି ଟ୍ରାକ୍ଟର, ପାୱାର ଟିଲର, ବିଷପକା ମେସିନ ଓ କୃଷି ଯନ୍ତ୍ରପାତି ସମେତ ଧାନ, ମୁଗ, ବିରି, ବାଦାମ, ସୂର୍ଯ୍ୟମୁଖୀ, ସୋରିଷ, ଗହମ ବିହନ ଇତ୍ୟାଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ରିହାତି ମୂଲ୍ୟରେ କ୍ରୟ କରିଥାନ୍ତି । କିନ୍ତୁ କିଛି ବର୍ଷ ହେବ ଉକ୍ତ କାର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହାର ପାରିପାଶ୍ୱିର୍କ ପରିସ୍ଥିତିରେ କୌଣସି ଉନ୍ନତି ହେଉନାହିଁ । ଚାଷୀଙ୍କୁ ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ଗତ ସେପ୍ଟେମ୍ବର ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୧ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଦାବି ହେଉଛି । ଅପରପକ୍ଷରେ ଜିଲ୍ଲାର ପ୍ରତି ବ୍ଳକରେ ଗୋଟିଏ ଲେଖାଏଁ କୃଷି କାର୍ଯ୍ୟାଳୟ ଥିବାରୁ ବନ୍ତ ବ୍ଲକର ବନ୍ତ ଠାରେ କାର୍ଯ୍ୟାଳୟ ଥିବା ହେତୁ ଆଗରପଡ଼ାରେ କାର୍ଯ୍ୟାଳୟର କୌଣସି ଆବଶ୍ୟକତା ନଥିବାରୁ ଏହାର ଉନ୍ନତି ପ୍ରତି ବିଭାଗ ଦୃଷ୍ଟି ଦେଉନଥିବା ଜଣାପଡ଼ିଛି । ତେଣୁ ଆଗରପଡ଼ା ଅଂଚଳର ଗୁରୁତ୍ୱକୁ ବିଚାରକୁ ନେଇ କୃଷି କାର୍ଯ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।