ଅଳିଆ ଆବର୍ଜନା ସଫା କରି ସୁସ୍ଥ ପରିବେଶ ପାଇଁ ବାର୍ତା
ମୋଟିଭି ଓଡ଼ିଶା,ଦାରିଙ୍ଗବାଡି଼ : ୨୮/୭(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ କାର୍ଯ୍ୟରତ ଥିବା ଫୋର୍ସ ବାହିନୀ ଆଜି ବ୍ରାହ୍ମଣୀଗାଁ ବଜାରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଛନ୍ତି। ଫୋର୍ସ ବାହିନୀର ଅଧିକାରୀ ପ୍ରାଣବନ୍ଧୁ ସାହୁଙ୍କ ନେତୃତ୍ବରେ ପୋଲିସ୍ ଫୋର୍ସ ବାହୀନି ବ୍ରାହ୍ମଣୀଗାଁ ବଜାର ମୁଖ୍ୟ ଛକ , ଆର୍ ଆଇ ଅଫିସ୍, ଥାନା, ମେଡ଼ିକାଲ ଓ ଲ୍ୟାମ୍ପସ ଯିବା ରାସ୍ତା କଡ଼ରେ ପଡି଼ ରହିଥିବା ଅଳିଆ ଆବର୍ଜନା ସଫା କରିବା ସହିତ, ବଜାରରେ ରହିଥିବା ତ୍ରିନାଥ ମନ୍ଦିର ପରିସର ଓ ନଳକୂଅ ଚାରି ପାର୍ଶ୍ଵ ରେ ବଢ଼ିଥିବା ଘାସ ସହିତ ଅନାବନା ଗଛ ଉପାଡି଼ ପରିଷ୍କାର ପରିଚ୍ଛନ୍ନ କରିଥିବା ଦେଖିବାକୁ ମିଳିଛି। ଫୋର୍ସ ବାହିନୀର ଏହି କାର୍ଯ୍ଯ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମହଲ ସମେତ ସ୍ଵେଚ୍ଛାସେବୀ ଓ ବଜାର ବାସିନ୍ଦା ସମୂହ ପ୍ରଶଂସା କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।