ମୋଟିଭି ଓଡିଶା : ପୁରୀ (ରାଜେଶ kumar) : ପୁରୀରେ ଜମୁଛି ପ୍ରଚାର ପ୍ରସାର । ହାତରେ ମାତ୍ରର ଆଉ ଅଳ୍ପ କେଇ ଦିନ । ଭୋଟରଙ୍କୁ ଆକୃୁଷ୍ଟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରାର୍ଥୀ ଓ ଦଳ । ଦଳୀୟ ପ୍ରାର୍ଥୀଙ୍କୁ ବି ଟକ୍କର ଦେଉଛନ୍ତି ସ୍ୱାଧିନ ପ୍ରାର୍ଥୀ । ବିଜେପି, କଂଗ୍ରେସ ଏବଂ ବିଜେଡ଼ି ମଧ୍ୟରେ ଲାଗିରହିଛି ଛକାପଞ୍ଚା ସୁଜୋଗକୁ ଭରପୁର ଫାଇଦା ଉଠାଇବାରେ ଲାଗିପଡିଛନ୍ତି ର୍ନିଦଳୀୟ ନେତା । ପ୍ରସଙ୍ଗକୁ ମୁର୍ଦା କରି ମତଦାତାଙ୍କୁ ନିଜ ସପକ୍ଷରେ ମତଦେବାକୁ କରିଛନ୍ତି ରଣନୀତି । ସୁଜିତ ମହାପାତ୍ର ଯାହାଙ୍କୁ କଂଗ୍ରେସ ପ୍ରଥମେ ଟିକେଟ ଦେଇଥିଲା । ଆଉ ସେ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ କରିଦେଇଥିବା ବେଳେ ହାତ ଦଳ କିନ୍ତୁ ତାଙ୍କୁ ଦେଇଥିଲା ଧୋକା ଯାହା ପାଇଁ ତାଙ୍କୁ ଲୋକଙ୍କ ସେବା କରିବାର ଥିଲା ସେଥି ପାଇଁ ସେ ନିଜେ ନିଦଳୀୟ ଭାବେ ଭରିିଛନ୍ତି ନିଜର ପ୍ରାର୍ଥିପତ୍ର । ଏବେ ମାଠିଆ ଚିହ୍ନ ପାଇ ସେ ଗାଁଠୁ ସହର ଯାଇ କରୁଛନ୍ତି ଭୋଟ ଭିକ୍ଷା । ପୁରୀର ପରିବର୍ତ୍ତନର ଦେଉଛନ୍ତି ନାରା । ମିଳିମିଶି ପୁରୀକୁ ନଷ୍ଟ କରିଦେଉଥିବାର ତିନି ପ୍ରମୁଖ ଦଳର ମୁଖାକୁ ଖୋଲି ନିଜ ପାଇଁ ମାଗୁଛନ୍ତି ମତଦାନ ।
କୁହାଯାଉଛି କି ଯେହେତୁ ସେ କଂଗ୍ରେସର ନେତା ଥିଲେ ତାଙ୍କ ସହ ଦଳ ଅନ୍ୟୟ କରିଛି ସେଥିପାଇଁ ଦଳର ଅନେକ ଛାମୁଆ ସଂଙ୍ଗଠନ ରହିଛି । ଯାହା ତାଙ୍କୁ ବେଶ ସୁହାଉଛି ।ସେବାୟତ ହରେକୃଷ୍ଣ ସିଂହାରି ବି ସ୍ୱାଧିନ ଭାବେ ନାମାଙ୍କନ ଭରି ହୀରା ଚିହ୍ନକୁ ସାଥିରେ ଧରି କରୁଛନ୍ତି ଭୋଟ ଭିକ୍ଷା । ସେହି ଭଳି ପୁରୀ ସହରକୁ ନୂଆ ଭାବେ ଗଢିତୋଳିବାର ଶପଥ ନେଇ ଅନେକ ଏଭଳି ହୋଇଛନ୍ତି ସ୍ୱାଧିନ ପ୍ରାର୍ଥୀ ।ସେପଟେ ଆଇନୀଜୀବୀ ଦିଲୀପ ବରାଳ ଏଥର ପୁରୀ ଲୋକସଭା ଆସନ ରୁ ଡଷ୍ଟବିନ ଚି଼ହ୍ନ ରେ ଠିଆ ହେଇଛନ୍ତି ସବୁବେଳେ ଦିଲ୍ଲୀପ ପୁରୀ ମଠ, ମନ୍ଦିର ସଂସ୍କୃତି ର ସୁରକ୍ଷା ପାଇଁ ପ୍ରଶ୍ନ ଉଠେଇଛନ୍ତି ସେ ବି କଡା ଟକର ଦେବେ ବୋଲି ଆଶା ।ଯାହା ପ୍ରମୁଖ ଦଳ ପାଇଁ ସୃଷ୍ଟି କଲାଣି ଅଡୁଆ । ଯଦି ସ୍ୱାଧୀନ ପାର୍ଥୀ ଙ୍କ ପ୍ରତି ଜନାଦେଶ ଯାଏ ତେବେ ଦଳ ଗୁଡିକ କଣ କରିବେ କଲେଣି ଚିନ୍ତା
More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?