ଖୋର୍ଦ୍ଧା : ୨୯/୦୪ : ୨୦୨୪ସାଧାରଣ ନିର୍ବାଚନ ବିଗୁଲ ବାଜିସାରିଛି।ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।ଗତ ୨୦୧୯ନିର୍ବାଚନ ରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟ ପ୍ରାର୍ଥୀ ହୋଇଥିଲେ ଏବଂ ଖୋର୍ଦ୍ଧା ରୁ ୭୩ହଜାର ଭୋଟ ପାଇଥିଲେ। ସେବେଠାରୁ କାଳୁଚରଣ ଖଣ୍ଡାୟତରାୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳର ବିଜେପି ସଂଗଠନକୁ ସଜାଡି ରଖିଥିଲେ ଏବଂ ୨୦୧୪ନିର୍ବାଚନ ପାଇଁ ବିଜେପି ଦଳରୁ ଟିକେଟ ପାଇବା ପାଇଁ ଦୃଢ ଦାବିଦାର ଥିଲେ। କିଛି ଦିନ ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ି ଦଳରୁ ଇସ୍ତଫା ଦେଇ ବିଜେପି ଦଳରେ ଯୋଗଦେଇ ଥିଲେ। ବିଜେପି ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ କରିବା ପରେ ପୂର୍ବ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟ ଟିକେଟ ପାଇ ନଥିଲେ।

ଟିକେଟ ପାଇଁ ଦାବିଦାର ଥିବା କାଳୁଚରଣ ଖଣ୍ଡାୟତରାୟ ତାଙ୍କର ସମର୍ଥକ ମାନଙ୍କୁ ଧରି ଏକ ବିଶାଳ ସ୍ୱାଭିମାନ ସମାବେଶ କରି ରଣହୁଙ୍କାର ଦେଇଛନ୍ତି। ସେ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପାଖରେ ବେଇମାନି କରି ଟିକେଟ ବିକ୍ରୀ କରିଥିବା ଅଭିଯୋଗ କରିଛନ୍ତି।

ଏହି ସ୍ୱାଭିମାନ ସମାବେଶରେ ନିର୍ବାଚନ ମଣ୍ଡଳୀର ଅନେକ ମଣ୍ଡଳ ସଭାପତି,ବିଜେପି ର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ।କାଳୁଚରଣ ଖଣ୍ଡାୟତରାୟ ଚଳିତ ନିର୍ବାଚନ ରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି।
ବାଇଟ-କାଳୁଚରଣ ଖଣ୍ଡାୟତରାୟ ବିଧାୟକ ପ୍ରାର୍ଥୀ।
ବାଇଟ-ଅଖିଳ ପଟ୍ଟନାୟକ ଅଭିନେତା।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ