January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁରୀରେ ଏବେ ସ୍କ୍ରବ ଟାଇଫସ୍‌ ରୋଗ ର ଲକ୍ଷଣ ଦେଖାଦେଇଛି।

ପୁରୀରେ ଏବେ ସ୍କ୍ରବ ଟାଇଫସ୍‌ ରୋଗ ର ଲକ୍ଷଣ ଦେଖାଦେଇଛି। ବେସରକାରୀ ଡାକ୍ତରଖାନାରେ ୩ ରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି । ୨୦୨୩ ମସିହାରେ ବରଗଡ ଏବଂ ସମ୍ବଲପୁରରେ ସ୍କ୍ରବ ଟାଇଫସ୍‌ ରୋଗ ସଂକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ଶହେରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।ସୋନପୁର,କଳାହାଣ୍ଡି, ବଲାଙ୍ଗୀର ଏବଂ ସମ୍ବଲପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ଏହା ଏକ ବ୍ୟାକ୍ଟେରିଆ ବା ଜୀବାଣୁ ଜନିତ ସଂକ୍ରମଣ । ଏହା ହେଲେ ଥଣ୍ଡା ହେବାପରି ଲକ୍ଷଣ ଦେଖା ଦେଇଥାଏ । ଅଧିକ ସଂକ୍ରମଣ ହେଲେ ପ୍ରବଳ ମୁଣ୍ଡ ଦରଜ ହେବା ସହ ସହ ଅନ୍ୟ ଲକ୍ଷଣ ଦେଖା ଯାଏ । ଚର୍ମରେ ନାଲି ଦାଗ ଦେଖା ଦେଇ ପାରେ, ଏପରି ମଧ୍ୟ ଭୀଷଣ ଜ୍ୱର ପରି ଲକ୍ଷଣ ଦେଖା ଦେଇଥାଏ।

ମୋ ଟିଭି ଓଡିଶା, ପୁରୀ

Latest news