ମୋ ଟିଭି ଓଡିଶା / ଖୋର୍ଦ୍ଧା :
ରାଜ୍ୟରେ ସମସ୍ତ ନିର୍ବାଚିତ ସାସଂଦ,ବିଧାୟକ, ସରପଞ୍ଚ, ସମିତିସଭ୍ୟ ମାନଙ୍କ ଦରମା ବୃଦ୍ଧି ହୋଇଥିଲା ବେଳେ ନିର୍ବାଚିତ ଓ୍ବ।ର୍ଡ ସଭ୍ୟ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ହୋଇନାହିଁ ଯାହାକୁ ନେଇ ଓ୍ବ।ର୍ଡ ସଭ୍ୟ ମାନେ ଏକାଠି ହୋଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡାଙ୍କୁ ୫ଦଫା ଦାବିପତ୍ର ଦେଇ ଭେଟିଛନ୍ତି ଟାଗିଂ ବ୍ଲକ ଓ୍ବ।ର୍ଡ ସଭ୍ୟ।ଆଜି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ର ଓ୍ବ।ର୍ଡ ସଭ୍ୟ ଓ ସଭ୍ୟା ମାନେ ଭୂବନେଶ୍ୱର ଲୋକସେବା ଭବନରେ ଉପମୂଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିବା ଜଣାପଡିଛି।
ଟାଗିଂ ବ୍ଲକ ଓ୍ବ।ର୍ଡ ସଭ୍ୟ ମାନଙ୍କ ସଭାପତି ବରସାତ ବାଦଶାହାଙ୍କ ନେତୃତ୍ୱରେ ସଂଘର ଉପ ସଭାପତି ସଂଯୁକ୍ତା ମିଶ୍ର,ସଂମ୍ପାଦକ ପ୍ରମୋଦ କୁମାର ପାତ୍ରଙ୍କ ସମେତରେ ଓ୍ବ।ର୍ଡ ସଭ୍ୟ ମାନେ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ଗୁଡିକ ହେଲା ବେତନ ଵୃଦ୍ଧି, ଜୀବନବିମା, ସରପଞ୍ଚ କାର୍ଯ୍ୟାଳୟରେ ପ୍ରତ୍ୟେକ କାର୍ଯ୍ୟ ତଦାରଖ ଦାୟିତ୍ୱ,ପ୍ରଧାନମନ୍ତ୍ରୀ ଆବାସ ମଧୁବାବୁ ପେନସନ, ଖାଉଟି କଲ୍ୟାଣ ଯୋଜନା ଓ ଓ୍ବ।ର୍ଡରେ ହେଉଥିବା ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟରେ ଓ୍ବ।ର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ସ୍ୱାକ୍ଷର କରାଯିବାକୁ ଦାବି ହୋଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।