ଭାରରେ ବୋହା ହେଉଛନ୍ତି ରୋଗୀ l ଗାଁକୁ ଯିବାକୁ
କୁ ନାହିଁ ପକ୍କା ରାସ୍ତା l
ମୋ ଟିଭି ଓଡିଶା,ଫୁଲବାଣୀ:(ସୁଶାନ୍ତ କୁମାର ସାହୁ)
ଭାରତ ସ୍ଵାଧିନତା ର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତl ଏବେବି କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନେକ ଗାଁ କୁ ରାସ୍ତାଟିଏ ନାହିଁ l ମୌଳିକ ସମସ୍ୟା ରେ ଜର୍ଜରିତ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଙ୍କ ନିଜ ବ୍ଳକ୍ କ ନୂଆଗାଁ ବ୍ଲକ ରେ ଏହିଭଳି ବ୍ୟବସ୍ଥା ଲଗାଣ ବର୍ଷା ରେ ଏହାର ସମସ୍ୟା ଦ୍ଵିଗୁଣିତ ହୋଇଛି l
ବାଲିଗୁଡା ନିର୍ବାଚନ ମଣ୍ଡଳୀର କ ନୂଆଗାଁ ବ୍ଳକ୍ ଆଡ଼ିମାହା ଗ୍ରାମ ପଞ୍ଚାୟତ କୁ ପକ୍କା ରାସ୍ତାଟିଏ ନଥିବାରୁ ସିଟୁପାଜୁ ବେଡି ପଦର୍ କାଚାବାଲି ରୁଗୁଡ଼ି ସାହି ବାଡି ପାଙ୍ଗା କାକାମାହା କୁତୁଡୁପା ସାଉଟ ଜାର୍ଗିଶୁଗା ଗ୍ରାମବାସୀ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କାଦୁଅ ପଚ ପଚ୍ ରାସ୍ତାରେ ଆମ୍ବୁଲାନ୍ସ ଆସିବା ଦୂରର କଥା ଦୁଇ ଚକିଆ ଯାନ ଯାତାୟାତ କରିବା କଷ୍ଟକର ବ୍ୟାପାର l ଗାଁ ର ସମସ୍ୟା ସୁଧାର ପାଇଁ ଦୁଇ ଦୁଇ ଥର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କୁ ଭୋଟ ଦେଇ ନିର୍ବାଚିତ କରିଥିଲେ ମଧ୍ୟ ଗାଁ ର ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି ଏପରି କି ନିର୍ବାଚନ ସମୟରେ କେବଳ ବିଧାୟକ ଙ୍କ ମହାଶୟ ଗାଁରେ ପାଦ ପଡେ ଅନ୍ୟ ସମୟ ରେ ପାଦ ପଡେନା ବୋଲି ଗ୍ରାମବାସୀ କହିଛନ୍ତି l
ସେହିପରି ମହାସିଂ ଗ୍ରାମ ପଞ୍ଚାୟତ ର କୁବେର ମୁଣ୍ଡା କୁ ପକ୍କା ରାସ୍ତା ଟିଏ ନଥିବାରୁ ଗର୍ଭବତୀ ମହିଳା , ରୋଗୀ ଙ୍କୁ ଜରୁରୀ କାଳୀନ ଚିକିତ୍ସା ପାଇଁ ବାଲିଗୁଡ଼ା ମେଡ଼ିକାଲ କୁ ଆଣିବାକୁ ହେଲେ ଭାର ହିଁ ଏକ ମାତ୍ର ଭରସା l ଚବିଶ ବର୍ଷର ସ୍ଥିର ସରକାର ରେ ବିକାଶ ନାଁ ରେ ଲୋକଙ୍କୁ ପ୍ରତାରଣା ଦେଇଛନ୍ତି l ବାଲିଗୁଡା ବିଧାୟକ ଚକ୍ରମଣି କହଁର ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି l ଅଞ୍ଚଳର ସମସ୍ୟା ର ସମାଧାନ ହେବ ବୋଲି ଜନ ସାଧାରଣ ଦୁଇ ଦୁଇ ଯୋଜନ ବିଜେଡି କୁ ଭୋଟଦେଇ ନିର୍ବାଚିତ କରିଛନ୍ତି କିନ୍ତୁ ବାସ୍ତବ ଚିତ୍ର କଣ ରହିଛି ଆପଣ ମାନେ ଦେଖିପାରୁଥିବେ ଆଉ ବୁଝି ପାରୁଥିବେ ଯେ ବିକାଶ କେତେ ହେଇଛି l ବର୍ତ୍ତମାନ ଲୋକଙ୍କ ସରକାର ମୋହନ ସରକାର ଙ୍କ ପ୍ରତି ଗରୀବ ଜନ ସାଧାରଣ ଙ୍କ ଆସ୍ଥା ଓ ବିଶ୍ଵାସ ବୃଦ୍ଧି ପାଇଛି l ଉଭୟ ଆଦିବାସୀ ଗାଁ ରେ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଡବଲ ଇଞ୍ଜିନ ର ସରକାର ମୋହନ ସରକାର ଙ୍କୁ ନିବେଦନ କରିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।