February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୃହରୁଣ ଆଶାରେ ଲାଞ୍ଚ ଦେଇ ଫସିଲେ ଶିକ୍ଷକ l ଲାଞ୍ଚ ନେଇ ବିଇଓ ଭିଜିଲାନ୍ସ ହାତରେ l ପୋଲିସ ଦ୍ୱରାସ୍ତ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ l


ଦାରିଙ୍ଗବାଡି,୧୦/୦୪ (ସୁଶାନ୍ତ କୁମାର ସାହୁ)
ଗୃହ ରଣ କରାଇଦେବା ପାଇଁ ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟରେ କାଯ୍ଯରତ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରି ସେହି ଟଙ୍କାକୁ ତୋସାରପାତ କରାଯାଇଥ୍‌ବା ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି। ଅଞ୍ଚଳରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଏଭଳି ଠକାମୀର ଶିକାର ହୋଇଥ୍ଵବା ବେଳେ ୨୮ ଜଣ ଶିକ୍ଷକ ଥାନାରେ ପହଞ୍ଚି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଙ୍କୁ ଅଭିଯୋଗ କରିଛନ୍ତି ।


ଗୃହ ନିର୍ମାଣ ଓ ଜମି କ୍ରୟ ଆଦି ପାଇଁ ସେମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ପାଇଁ ବିଇଓ ରସାନନ୍ଦ କରଙ୍କୁ ଯୋଗାଯୋଗ କରିଥୁଲେ। ଏହି ରୁଣ ଅର୍ଥ ୩୦ ଲକ୍ଷ ଟଙ୍କା ଯାଏ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମିଳିବା ବ୍ୟବସ୍ଥା ରହିଥିବାରୁ ସେମାନେ ଘର ନିର୍ମାଣ କରିବା ଲକ୍ଷରେ ରଣ ପାଇଁ ଆଵେଦନ କରିଥ୍‌ଲେ। ହେଲେ ରଣ ମିଳିବା ପାଇଁ ପ୍ରୋସେସିଂ ଫିସ ବାବଦକୁ ଜଣକ ପିଛା ୩୦ହଜାର ଟଙ୍କା ଦେବାକୁ ପଡିଥିଲା l ଏଥିରେ ରଣ ବାବଦକୁ ଖର୍ଚ୍ଚ ହେଉଥିବା କଥା ଶୁଣି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦିଇଓଙ୍କ କାଯ୍ୟାଳୟରେ କାଯ୍ୟରତ ଜଣେ ଦଲାଲ କର୍ମଚାରି ଓ ସିଆରସି ସିଙ୍କ ମାନଙ୍କୁ ହାତ କରି ଏମାନଙ୍କ ଜରିଆରେ ଦେଇଥ୍ବବା ବେଳେ କେତେ ଜଣ ଶିକ୍ଷକ ସିଧା ବିରଓ ରସାନନ୍ଦଙ୍କୁ ଦେଇଥିବା ଅଭିଯୋଗରେ ରହିଛି।

ଗତ ଫେବୃୟାରୀ ୨୦୨୩ରୁ ସେପ୍ଟେମ୍ବର ୨୦୨୩ ମଧ୍ଯରେ ଅର୍ଥ ପ୍ରଦାନ କରିଥ୍‌ଲେ ସୁଦ୍ଧା ଆଜି ଯାଏ ସେମାନଙ୍କୁ ଗୃହ ରଣ ମିଳିନଥୁବା ଅଭିଯୋଗ ହୋଇଛି। ସେମୀନେ ଏନେଇ ବାରମ୍ବାର ବିଇଓଙ୍କୁ ଜଣାଇଥଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଅନ୍ୟ ବୁକରେ ଏହି ରଣ ମିଳିସାରିଥୁବା ବେଳେ ସେମାନେ ଏବେ ସୁଦ୍ଧା ବଞ୍ଚିତ ହୋଇଥୁବା ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ, ମାର୍ଚ୍ଚ ମାସରେ ଵିଇଓ ରସାନନ୍ଦ କର ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ଚଳିତ ମାସ ୨ତାରିଖରେ ରେ ନିଲମ୍ବିତ ହୋଇସାଗିଛନ୍ତି। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଅର୍ଥକୁ ଫେରେଇ ଦେବାକୁ ବ୍ୟବସ୍ଥା କରାଯିବାକୁ ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବିଇଓ ରସାନନ୍ଦ କରଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଭିଜିଲାନ୍ସ ହାତରେ ରସାନନ୍ଦ ଥିବା କାରଣରୁ ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ଅଭିଯୋଗ ପାଇ ତଦନ୍ତ କରିବେ ବୋଲି କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।