February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମ୍ନାକୁ ଆସିଲା ସହ-ଅଧ୍ୟାପିକାଙ୍କ ମୃତ୍ୟୁର ମିଷ୍ଟ୍ରି, ଚାପରେ ଥିଲେ ବର୍ଷା

ମୋ ଟିଭି ଓଡିଶା ବ୍ୟୁରୋ :

ରାଜଧାନୀର ଘରୋଇ ଇଞ୍ଜିନିୟରି କଲେଜ ସହ ଅଧ୍ୟାପିକା ବର୍ଷା ମିଶ୍ରଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଏହାରି ଭିତରେ ସାମ୍ନାକୁ ଆସିଛି ତମାଣ୍ଡୋ ଥାନା ଅଞ୍ଚଳରେ ଅଧ୍ୟାପିକାଙ୍କ ମୃତ୍ୟୁ ପଛର ଆଉ ଏକ ମିଷ୍ଟ୍ରି । ମୃତ୍ୟୁ ପୂର୍ବରୁ ମାନସିକ ଚାପରେ ଥିଲେ ଅଧ୍ୟାପିକା । ଏନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି କମିସନରେଟ ପୋଲିସ । କଲେଜର କର୍ମଚାରୀମାନଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଯାଞ୍ଚ ହୋଇଛି ସିସିଟିଭି । ପରିବାର ଲୋକ ଆଣିଥିବା ଅଭିଯୋଗ ଆଧାରରେ ତମାଣ୍ଡୋ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କଲେଜରେ HOD ଦେଉଥିଲେ ମାନସିକ ଓ ଶାରୀରିକ ଅତ୍ୟାଚାର । କଲେଜରେ କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟକୁ ଡକାଇ HOD ଦେଉଥିଲେ ଧମକ । ଏପରିକି ତାଙ୍କୁ ଘରୋଇ କାମରେ ସହଯୋଗ କଲେ ଚାକିରିରୁ ବାହାର ନ କ‌ରାଯିବାର ଦେଉଥିଲେ ଅଫର୍ । ରାଜି ନ ହେବାରୁ ତାଙ୍କୁ ବାଲକୋନୀରୁ କଥାବାର୍ତ୍ତା ବେଳେ ଠେଲି ଦେଇଥିବା ବେଳେ ତାଙ୍କର ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ଯା‌ହାକୁ ନେଇ କଲେଜର ଡିପାର୍ଟମେଣ୍ଟର କର୍ମଚାରୀଙ୍କୁ ପଚରାଉଚରା କରୁଛି ପୋଲିସ । ଏଯାବତ ଷ୍ଟାଫ୍ ଓ ପିଅନ ଓ HODଙ୍କୁ ମିଶାଇ ୧୨ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ପୋଲିସ ପଚରାଉଚରା କରିଛି ।

ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଗତ ୧୧ ତାରିଖର ଘଟଣା ଘଟିଥିଲା । ଗତକାଲି ହସ୍ପିଟାଲରେ ଚିକିତ୍ସାଧିନ‌ ବେଳେ ଅଧ୍ୟାପିକାଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ହେଉଛି । ଯେଉଁ ସବୁ ଷ୍ଟାଫ୍ ଅଛନ୍ତି ଅନ୍ୟ ଯେଉଁ ଲୋକ ସବୁ ତଥ୍ୟ ରଖନ୍ତି ସେମାନଙ୍କୁ ମଧ୍ୟ ପଚରାଉଚରା କରଯାଇଛି । ସବୁ ଦିଗକୁ ନେଇ ତଦନ୍ତ ହେଉଛି । ଅଧ୍ୟାପିକା ତାଙ୍କର ଯେଉଁ ମିଟିଂ ଯିବାବେଳେ ବିଳମ୍ବ ହେବାରୁ ସେନେଇ ଏକ ପ୍ରକାର ଚାପରେ ଥିଲେ । ସେହି ଚାପ କିପରି ପରିସ୍ଥିତିରେ ଉପୁଜିଲା ସେ ଦିଗରେ ପୋଲିସ ତଦନ୍ତ କରୁଛି । ହେଲେ ଏଯାବତ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ ।

ଗୋଟିଏ ପଟେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ । ଅନ୍ୟପଟେ ପୋଲିସର ମାନସିକ ଚାପର ସୁରାକ ପାଇବା । ଏହାରି ଭିତରେ କଲେଜର ଟପ୍ କର୍ମାଚରୀଆଙ୍କ ପାଇଁ ଅଡୁଆ ବଢ଼ାଇଛି । ହେଲେ ବାସ୍ତବିକ ଜଣେ ଅଧ୍ୟାପିକାଙ୍କ ମୃତ୍ୟୁ ପଛର ରାଜ କ’ଣ ପୋଲିସ ପାଇଁ କାଢ଼ିବା ଚ୍ୟାଲେଞ୍ଜ ହୋଇଛି । କାରଣ ପୂର୍ବରୁ ବିଜେବି କଲେଜ ଛାତ୍ରୀ ମୃତ୍ୟୁର ରହସ୍ୟ ଫିଟାଇବାରେ ପୋଲିସର ତଦନ୍ତକୁ ଅନେକ ପ୍ରଶ୍ନ ଠିଆ ହୋଇଥିବା ବେଳେ । ଏବେ ନୂତନ ସରକାର ସମୟରେ ମହିଳାଙ୍କୁ ଗୁରୁତ୍ବ ଦେଉଥିବା ବିଜେପି ସରକାର ସମୟରେ ପୋଲିସ ଘଟଣାରେ କିପରି ଗୁରୁତ୍ବ ସହ ତଦନ୍ତ କରୁଛି ସେନେଇ ସଭିଙ୍କ ନଜର ରହିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।