MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟେମରା ସାର୍ବଜନୀନ ଦୁର୍ଗାପୂଜା କମିଟି ୨୦୨୪ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ।


ମୋ ଟିଭି ଓଡିଶା / କଳାହାଣ୍ଡି : ୨୨/୦୮


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମ ଠାରେ ସାର୍ବଜନୀନ ଦୁର୍ଗା ପୂଜା ୨୦୨୪ ପାଇଁ ଗୁରୁବାର ଦୁର୍ଗା ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଗତ ବର୍ଷ ର ପୂଜା ର ଆୟବ୍ୟୟ ହିସାବ ପୂର୍ବତନ ସଭାପତି ବିବରଣୀ ପଠନ କରିଥିଲେ। ଚଳିତ ବର୍ଷ ସମସ୍ତ ଉପସ୍ଥିତ ଗ୍ରାମବାସୀ ଙ୍କ ସର୍ଵ ସମ୍ମତି ପ୍ରଦାନ କ୍ରମେ ଦଶ ଅବତାର ଦୁର୍ଗା ପୂଜା କରିବା ପାଇଁ ପୂଜା କମିଟି ର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଚଳିତ ବର୍ଷ ର ନୂତନ ସଭାପତି ଭାବେ ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଉପ ସଭାପତି ସୁଧୀର କୁମାର ପାତ୍ର, ସାଧାରଣ ସମ୍ପାଦକ ଭାବେ ଅଶୋକ କୁମାର ଦାସ, ଯୁଗ୍ମ ସମ୍ପାଦକ ରୋହିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶଙ୍କର ସତନାମୀ ରହିଥିବା ବେଳେ ଉପଦେଷ୍ଟା କମିଟିରେ ତୋଫାନ ମାଝୀ, ରାଜେନ୍ଦ୍ର ନାଏକ,ଚକାଡୋଳା ପାତ୍ର, ଯତୀନ୍ଦ୍ର ମାଝୀ, ଚୌବନ ରଣା, ଈଶ୍ୱର ଚନ୍ଦ୍ର ସାହୁ, ଜୟଲାଲ ନାଏକ, ଈଶ୍ୱର ଦାସ, ଗୋପୀନାଥ ସୁନାନୀ, ପଦ୍ମ ଲୋଚନ ଦଳପତି, ପୁରନ୍ଧର ସତନାମୀ, ପାରେଶ୍ୱର ପାଣିଗ୍ରାହୀ, ହେମନ୍ତ ବାଣୁଆ, ମିନିକେତନ ସାହୁ, ଲୋକନାଥ ପାତ୍ର, କମଣ୍ଡଳ ପଟେଲ, ହେମନ୍ତ ବାଣୁଆ ପ୍ରମୁଖ ରହିଛନ୍ତି।ଚଳିତ ବର୍ଷ ଦଶ ଅବତାର ଦୁର୍ଗା ପୂଜା କୁ ମହା ଆଡମ୍ବରରେ ପାଳନ କରିବାକୁ ସର୍ବ ସମ୍ମତ୍ତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ-ସନତ ପ୍ରଧାନୀ, କଳାହାଣ୍ଡି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।