MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟେମରା ଠାରେ ଦଶ ଅବତାର ଦୁର୍ଗା ପୂଜା କଲସ ଯାତ୍ରା ସହ ଆରମ୍ଭ।

ମୋ ଟିଭି ଓଡିଶା / କଳାହାଣ୍ଡି:୦୩/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ

ପାର୍ବଣ ଋତୁ ଧରା ପୃଷ୍ଠ କୁ ଆସିଛି।ତାସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋକସରା ବ୍ଲକ ଟେମରା ଗ୍ରାମ ରେ ଚଳିତ ବର୍ଷ ଦଶବତାର ଦୁର୍ଗା ପୂଜା ମହାସମାରୋହ ରେ ଆୟୋଜନ ହେଉଥିବା ବେଳେ ବୁଧବାର ଅପରାହ୍ନ ରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅଧିବାସ ଓ ୧୦୮ କଲସ ଯାତ୍ରା ସହ ଦୁର୍ଗା ପୂଜା ଆରମ୍ଭ ହୋଇଛି।

ଦୁର୍ଗା ପୂଜା କମିଟି ପକ୍ଷରୁ ମୁଖ୍ୟ ପୂଜା କର୍ତ୍ତା ଅଶୋକ କୁମାର ଦାସ ସୁଭାସିନି ଦାସ ସପତ୍ନୀକ ଙ୍କୁ ତାଙ୍କ ବାସଗୃହ ରୁ କମିଟି ପକ୍ଷରୁ ବରଣ କରିବା ସହ ଘଣ୍ଟ,ସଂକୀର୍ତ୍ତନ ଦଳ ର ସମାହାର ରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପୂଜା ମଣ୍ଡପ କୁ ଆସିବା ପରେ ସେଠାରୁ ଗ୍ରାମର ଶତାଧିକ ମହିଳା, ଯୁବତୀ ମାନେ ୧୦୮ କଳସ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ପୋଖରୀ ରୁ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣ ପରେ ପବିତ୍ର ଜଳ କଳସ ରେ ନେଇ ପୂଜା ମଣ୍ଡପ ରେ ନେଇ ସ୍ଥାପନ କରିଥିଲେ।

ଦଶାବତାର ପୂଜା ପାଇଁ ମୁଖ୍ୟ କର୍ତ୍ତା ବ୍ୟତୀତ ଅନ୍ୟ ୧୩ ଜଣ ସପତ୍ନୀକ କର୍ତ୍ତା ରହିଛନ୍ତି। କମିଟିର ସଭାପତି କ୍ଷିତିରାମ ପାତ୍ର,ଉପ ସଭାପତି ସୁଧୀର ପାତ୍ର, ସମ୍ପାଦକ ଅଶୋକ କୁମାର ଦାସ, ସହ ସମ୍ପାଦକ ରୋହିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶଙ୍କର ସତନାମୀ, ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ଦେବରାଜ ମାଝୀ, ସୁବାଷ ପାତ୍ର, ଟୋପେଶ୍ୱର ମାଝୀ, ରାଜେନ୍ଦ୍ର ନାଏକ, କ୍ଷୀରସିନ୍ଧୁ ହଂସ, ବିଶ୍ୱ ରଞ୍ଜନ ସାହୁ ଓ ଟେମରା ଅଞ୍ଚଳ ର ଗ୍ରାମବାସୀ ମାନେ ଉପସ୍ଥିତ ରହି ମହା ଆଡମ୍ବରରେ ଦୁର୍ଗା ପୂଜା ପାଇଁ ଭାଇଚାରା ର ନିଦର୍ଶନ କରିଛନ୍ତି। ଆସନ୍ତା ୧୦ ଦିନ ଧରି ଦୁର୍ଗା ପୂଜା ଅବସର ରେ ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ରଖାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।