February 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୋଟିଭି ଓଡିଶା / ନୂଆ ଦିଲ୍ଲୀ :

ତୀର୍ଥ ଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ଜମ୍ମୁ-କଶ୍ମୀର ରାଜ୍ୟର ରିସି ଜିଲ୍ଲାରେ ଘଟିଛି। ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସ୍‌ରେ କଟ୍‌ରା ଫେରୁଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍‌ ସମୟରେ ପୋନି ଅଞ୍ଚଳରେ ବସ୍‌ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ମାଡ଼ ପରେ ବସ୍‌ ଚାଳକ ଭୟଭୀତ ହୋଇପଡ଼ିଥିଲେ। ବସ୍‌ ସନ୍ତୁଳନ ହରାଇ ଘାଟିରେ ଖସି ପଡ଼ିଥିଲା। ଖବର ପାଇ ପୋଲିସ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିସି ଏସ୍‌ଏସ୍‌ପି ମୋହିତ ଶର୍ମାଙ୍କ କହିବା ଅନୁସାରେ ଗୁଳି ଚାଳନା ଯୋଗୁ ବସ୍‌ ଚାଳକ ଭାରସାମ୍ୟ ହରାଇଥିଲେ। ଯେଉଁଥିପାଇଁ ବସ୍‌ଟି ଖସି ପଡ଼ିଥିଲା। ମୃତକ ଓ ଆହତମାନେ ସ୍ଥାନୀୟ ଅଞ୍ଚଳର ନୁହେଁ। ଏମାନଙ୍କ ପରିଚୟ ମିଳିପାରି ନାହିଁ। ଏମାନେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି। ଆତଙ୍କୀ ହମ୍‌ଲା ପରେ ସର୍ଚ୍ଚ ଅପରେସନ୍‌ ଚାଲିଥିବା ଏସ୍‌ଏସ୍‌ପି କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।