February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୧୨ ଦିନ ଧରି ଚାଲିଥିବା ବାଲିଯାତ୍ରା ଉଦଯାପିତ: ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼


ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି।

ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ କରିଥାନ୍ତି। ଅଗ୍ନିରେ ଚାଲିବା ସମୟ ରେ ମା’ ମାଣିକେଶ୍ବରୀଙ୍କ ଆର୍ଶିବାଦ ମିଳିବା ସହ ଭୟ ନ ଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି। ପ୍ରବଳ ବର୍ଷାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ବର୍ଷା ଯେତେ ପ୍ରବଳ ହେଉଥିଲା ଭକ୍ତଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉଥିଲା ସମସ୍ତଙ୍କ ମନରେ ଆନନ୍ଦ ଦେଖାଯାଇଥିଲା।

ପ୍ରତିବର୍ଷ ନୁଆଁଖାଇ ସରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ। ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି ଯେ, ଏଠାରୁ ବାଲି ଯିବା ପରେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଦଶହରା ପର୍ବ ପାଳନ ହୋଇଥାଏ। ଏହି ଅବସରରେ ମୁଖ୍ୟ ଆକର୍ଷଣ ଠାକୁରଙ୍କୁ ନେଇ ଭକ୍ତ କଣ୍ଟା ପିଢାରେ ଝୁଲିବା ସହ ଅଗ୍ନିରେ ଶ୍ରଦ୍ଧାଳୁ ମାନେ ଚାଲିଥାନ୍ତି। ଏହାକୁ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କର କହିବାନୁଯାୟୀ, ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ। ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି। ଏହା ଆଜି କି କାଲି ନୁହେଁ, ପିଢ଼ି ପିଢ଼ି ଧରି ବିଶ୍ୱାସ ରହିଆସିଛି। ଆତ୍ମ ବିଶ୍ୱାସ ଓ ଆସ୍ଥା ପ୍ରକଟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।