February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ, ଦୁଇ ମନ୍ତ୍ରୀ ଙ୍କ ଉପସ୍ଥିତରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜାଲେଶପଟ୍ଟା ଆଶ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରମ ଅନ୍ତେବାସୀ ମାନେ ସୂର୍ଯ୍ୟ ପୂଜା ଓ ତିଳ ତର୍ପଣ କରି ରାହୁଳ ନଦୀ ଜଳେଶ୍ବର ମନ୍ଦିର ନିକଟରୁ ପବିତ୍ର ଜଳ ଆଣି ସ୍ୱାମୀଜୀଙ୍କ ପ୍ରତି ମୃତି ପର୍ଯ୍ୟନ୍ତ କଳସ ଯାତ୍ରା କରି ଆଣିଥିଲେ। ଏହା ପରେ ସ୍ବାମୀଜୀଙ୍କ କକ୍ଷରେ ପୂଜାର୍ଚ୍ଚନା କରିଥିଲେ। ଗୋ ପୂଜା, ସୂର୍ଯ୍ୟ ପୂଜା, ଗୀତା ପାଠ, ନାମ ସଂକୀର୍ତ୍ତନ ଓ ହୋମ ଯଜ୍ଞ ଅନୁଷ୍ଠିତ କରାଯାଇଥିଲା l ସ୍ୱାମୀଜୀ ବ୍ୟବହାର କରୁଥିବା କଠଉ, ବଙ୍କୁଲି ବାଡି ଗଡୁ, ସମେତ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ପୁସ୍ତକ ଗୁଡିକ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଓଡ଼ିଶାର ପଞ୍ଚାୟତରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାମୀଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ପରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଓଡ଼ିଶାର ପଞ୍ଚାୟତରାଜ୍, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷା, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାକାନ୍ତ ମଲିକ, ଜଲେଶପଟ୍ଟା ଆଶ୍ରମ ପରିଚାଳକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସମ୍ପାଦିକା ସଂଧ୍ୟାରଣୀ ପାଣିଗ୍ରାହୀ, କୋଟଗଡ଼ ସ୍ଥିତ ଆଶାରାମ ବାପୁ ଆଶ୍ରମ ପରିଚାଳକ ଯୋଗିରାଜ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଏହି ମଞ୍ଚରୁ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ କହିଥିଲେ ରାଜ୍ୟ ସରକାର ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ ଖୁବ ଶିଘ୍ର ପାଣିଗ୍ରାହୀ କମିଶନ ଓ ନାଇଡୁ କମିଶନ ସାର୍ବଜନୀନ କରିବାକୁ ଦାବୀ କରିଛନ୍ତି।

ଏହା ସହ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ବନବାସୀ ମାନଙ୍କୁ ସ୍ଵବାବଲମ୍ବି କରିବା ପାଇଁ ବିଭିନ୍ନ ଯୋଜନା କରିବାକୁ କହିଛନ୍ତି। ମନ୍ତ୍ରୀ ଦ୍ବୟ ପ୍ରତିଶୃତି ଦେଇ କହିଛନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଙ୍କ ସ୍ବପ୍ନ ବନବାସୀ ମାନଙ୍କୁ ଚାଷ କରି ସ୍ବାବଲମ୍ବୀ ଓ ଉତ୍ତମ ଗୃହିଣୀ ନିର୍ମାଣ କରିବା ଲକ୍ଷ୍ୟ କୁ ପୂରଣ କରାଯିବ। ସ୍ବାମୀଜୀ ଙ୍କ ବଳିଦାନ ବ୍ୟର୍ଥ ଜୀବକୁ ଦିଆଯିବ ନାହିଁ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଭଗବାନ ମହାନ୍ତି, ମାନ ଗୋବିନ୍ଦ ପ୍ରଧାନ, ଅନ୍ତର୍ଯ୍ୟାମୀ ବେହେରା,ପ୍ରକାଶ ସୁବୁଦ୍ଧି, ରାଜ କିଶୋର ପାଢ଼ୀ ହୀରଲାଲ ପ୍ରଧାନ, ପ୍ରକାଶ କୁମାର ସାହୁ, ମୁରଲୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କନ୍ଧମାଳ ଜିଲ୍ଲାପାଳ ଋତୁରାଜ, ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋଏଲ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ଥିଲେ।

ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିଲେ। ସଭା ସରିବା ପରେ ଦୁଇ ମନ୍ତ୍ରୀ ଙ୍କୁ ଛାତ୍ରୀ ମାନେ ଓ ଅନ୍ତେବାସୀ ମାନେ ରାଖୀ ବାନ୍ଧିଥିଲେ। ୨୦୦୮ ମସିହା ଜନ୍ମାଷ୍ଟମୀ ଦିନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ସ୍ଥିତ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ କିଛି ଅତତାୟୀ ସ୍ୱାମୀଜୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହି ଦିନଠାରୁ ପ୍ରତି ବର୍ଷ ଜନ୍ମାଷ୍ଟମୀ ଦିନ ଜଲେଶପଟ୍ଟା ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଆସୁଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।